ଚିନ୍ମୟାନନ୍ଦ ଦୁଷ୍କର୍ମ ମାମଲା: ୮୦ରୁ ଅଧିକ କଂଗ୍ରେସ କର୍ମୀ ଗିରଫ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ଆଇନ ଛାତ୍ରୀଙ୍କ ସପକ୍ଷରେ ଆଜି କଂଗ୍ରେସ ଉତ୍ତରପ୍ରଦେଶରେ ଏକ ରୢାଲି ଆୟୋଜନ କରିଥିଲା। ଆଇନ ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ନେତାମାନେ ଆଜି ଶାହଜାହନପୁରରୁ ଲକ୍ଷ୍ନୌ ଅଭିମୁଖେ ‘ନ୍ୟାୟ ଯାତ୍ରା’ ଆରମ୍ଭ କରିଥାନ୍ତେ। ରାଜ୍ୟର ବହୁ ଟାଣୁଆ ନେତାମାନେ ଏହି ଯାତ୍ରାରେ ଯୋଗ ଦେଇଥାନ୍ତେ। କିନ୍ତୁ ଏହା ପୂର୍ବରୁ ଅନେକ ସଂଖ୍ୟାରେ କଂଗ୍ରେସ କର୍ମୀ ଏକ ‌ବୈଠକ କରିଥିବାବେଳେ ସେମାନଙ୍କୁ ପୁଲିସ ଅଟକାଇବା ସହ ବହୁ ସଂଖ୍ୟାରେ କର୍ମୀଙ୍କୁ ଗିରଫ କରିଛି। କଂଗ୍ରେସ ନେତା ଜିତିନ ପ୍ରସାଦ ଏବଂ କୌଶଳ ମିଶ୍ର କହିଛନ୍ତି ‘ନ୍ୟାୟ ଯାତ୍ରା’ରେ ଯୋଗ ନଦେବାପାଇଁ ସେମାନଙ୍କୁ ଗୃହବନ୍ଦୀ ରଖାଯାଇଛି। ତେବେ ଖାଲି ପ୍ରସାଦ ଏବଂ ମିଶ୍ର ନୁହନ୍ତି ସେମାନଙ୍କୁ ଛାଡ଼ିଦେଲେ କଂଗ୍ରେସର ଅନ୍ୟ ବରିଷ୍ଠ ନେତା ତଥା ଅଜୟ କୁମାର ଲାଲ୍ଲୁ, ଧୀରଜ ଗୁରଜରଙ୍କୁ ଗିରଫ କରି ପୁଲିସ ଲାଇନ୍‌ରେ ରଖାଯାଇଛି ବୋଲି ପୁଲିସ ସୂତରୁ ଜଣାପଡ଼ିଛି। ପ୍ରାୟ ୮୦ କଂଗ୍ରେସ କର୍ମୀଙ୍କୁ ପୁଲିସ ଗିରଫ କରିଛି। କଂଗ୍ରେସ ନେତାମାନଙ୍କୁ ଗିରଫ ଏବଂ ଗୃହବନ୍ଦୀ କରାଯିବା ନେଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୟୁପି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।

ସମ୍ବନ୍ଧିତ ଖବର