ଚିନ୍ମୟାନନ୍ଦ ମାମଲା, ଛାତ୍ରୀଙ୍କୁ ଅନ୍ୟ କଲେଜ୍‌କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପୂର୍ବତନ ‌କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଶାହଜାହନପୁର ଆଇନ ଛାତ୍ରୀଙ୍କ ଭବିଷ୍ୟତକୁ ଗୁରୁତ୍ବ ଦେଇ ସୁପ୍ରିମକୋର୍ଟ ଆଜି ତାଙ୍କୁ ଅନ୍ୟ କଲେଜକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ଛାତ୍ରୀଙ୍କ ସହ ତାଙ୍କ ଭାଇଙ୍କୁ ମଧ୍ୟ ବରେଲି ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଏକ ଆଇନ କଲେଜ୍‌‌ରେ ଅଧ୍ୟୟନ ପାଇଁ ସୁପ୍ରିମକୋର୍ଟ ବ୍ୟବସ୍ଥା କରିଛନ୍ତି। ଖଣ୍ଡପୀଠ ପୀଡ଼ିତା ଏବଂ ତାଙ୍କ ଭାଇ ପଢ଼ିବାକୁ ଥିବା କଲେଜ୍‌ରେ ସିଟ୍‌ ସଂଖ୍ୟା ମଧ୍ୟ ବଢ଼ାଇବା ବ୍ୟବସ୍ଥା କରିଛନ୍ତି।

ସମ୍ବନ୍ଧିତ ଖବର