ଚିନ୍ମୟାନନ୍ଦ ମାମଲା : ୟୁପି ଆଇନ ଛାତ୍ରୀଙ୍କ ଜାମିନ ମଂଜୁର

ଲକ୍ଷ୍ନୌ : ସ୍ବାମୀ ଚିନ୍ମୟାାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ଆଇନ ଛାତ୍ରୀଙ୍କୁ ଆଜି ଆହ୍ଲାବାଦ୍‌ ହାଇକୋର୍ଟ ଜାମିନ ମଂଜୁର କରିଛନ୍ତି। ସ୍ବାମୀ ଚିନ୍ମୟାନନ୍ଦଙ୍କୁ ବ୍ଲାକମେଲ୍‌ କରି ତାଙ୍କଠାରୁ ୫ କୋଟି ଟଙ୍କା ହାସଲ କରିବାକୁ ଚେଷ୍ଟା କରିଥିବା ମାମଲାରେ ଆଇନ ଛାତ୍ରୀଙ୍କୁ ଜାମିନ ମଂଜୁର ହୋଇଛି। ଉକ୍ତ ମାମଲାରେ ଏସ୍‌ଆଇଟି ଆଇନ ଛାତ୍ରୀଙ୍କ ସମେତ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର