ଲକ୍ଷ୍ନୌ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ଶାହାଜାହାନପୁରର ଆଇନ୍‌ ଛାତ୍ରୀଙ୍କୁ ଆଜି କୋର୍ଟରେ ହାଜର ହେବାକୁ ଥିବାବେଳେ ତାଙ୍କୁ କୋର୍ଟ ଭିତରକୁ ଛଡ଼ା ନଯାଇ ବାହାରେ ‘ଅଟକ’ ରଖା ଯାଇଥିବା ଅଭିଯୋଗ ହୋଇଛି।

Advertisment

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ଶାହାଜାହାନପୁରର ଆଇନ୍‌ ଛାତ୍ରୀଙ୍କୁ ଆଜି (ମଙ୍ଗଳବାର) ଉତ୍ତରପ୍ରଦେଶର ଏକ କୋର୍ଟରେ ହାଜର ହେବାର ଥିଲା। ତେବେ, ପୀଡ଼ିତା ଆଇନ୍‌ ଛାତ୍ରୀ ଜଣକ ଆଜି କୋର୍ଟରେ ହାଜର ହେବାକୁ ଆସିଥିବା ବେଳେ, ଏହି ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ତାଙ୍କୁ କୋର୍ଟ ଭିତରକୁ ଛାଡ଼ି ନଥିଲେ। ବରଂ ଏସ୍‌ଆଇଟିର ଅଧିକାରୀମାନେ ତାଙ୍କୁ ‘ଅଟକ’ ରଖିବା ସହ ସେମାନଙ୍କ ଗାଡ଼ିରେ ବସାଇ ଅନ୍ୟତ୍ର ନେଇ ଯାଇଥିଲେ।

publive-image News Nation

ତେବେ, ଏସ୍‌ଆଇଟି ତାଙ୍କୁ କାହିଁକି କୋର୍ଟ ଭିତରକୁ ଛାଡ଼ିଲା ନାହିଁ ଏବଂ ଗାଡ଼ିରେ ବସାଇ କୁଆଡ଼େ ନେଲା ସେ ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ଜଣା ପଡ଼ିନାହିଁ।

କୁହାଯାଉଛି, ପୀଡ଼ିତା ଓ ଅନ୍ୟ ତିନିଜଣଙ୍କ ବିରୋଧରେ ଅଭିଯୁକ୍ତ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ତାଙ୍କଠାରୁ ଯେଉଁ ବଳପୂର୍ବକ ଭାବେ ୧୦ କୋଟିର ଅର୍ଥ ଆଦାୟ ନେଇ ପାଲଟା ଅଭିଯୋଗ ଆଗତ କରିଥିଲେ, ସେହି ମାମଲାରେ ଏସ୍‌ଆଇଟି ଆଜି ପୀଡ଼ିତାଙ୍କୁ ଗିରଫ କରିଛି। ହେଲେ, ଉତ୍ତରପ୍ରଦେଶ ପୁଲିସ୍‌ ପକ୍ଷରୁ ଏସଂପର୍କରେ ଆଧିକାରିକ ଭାବେ ବର୍ତ୍ତମାନ ସୁଦ୍ଧା କିଛି ହେଲେ କୁହାଯାଇ ନାହିଁ।