ଚିନ୍ମୟାନନ୍ଦ ମାମଲା: ଏସ୍‌ଆଇଟିକୁ ୪୩ ଭିଡିଓ ପ୍ରମାଣ ଦେଲେ ଆଇନ ଛାତ୍ରୀ

ଲକ୍ଷ୍ନୌ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶର ଆଇନ ଛାତ୍ରୀଙ୍କୁ ଏସ୍‌ଆଇଟି ପଚରାଉଚୁରା କରିଛି। ଚିନ୍ମୟାନନ୍ଦଙ୍କ ବିରୋଧରେ ଛାତ୍ରୀଙ୍କ ପାଖରେ ଯେଉଁ ପ୍ରମାଣ ଅଛି ତାହା ଦାଖଲ କରିବାପାଇଁ କୁହାଯିବା ପରେ ସେ ଏକ ପେନ୍‌ ଡ୍ରାଇଭ୍‌ ଦାଖଲ କରିଥିଲେ। ଏହି ପେନ୍‌ ଡ୍ରାଇଭ୍‌ରେ ୪୩ଟି ଭିଡିଓ ଥିଲା। ଏହି ଭିଡିଓ ଆଧାର‌ରେ ପୁଲିସ ଚିନ୍ମୟାନନ୍ଦଙ୍କୁ ଗିରଫ କରିବାରେ ସକ୍ଷମ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଶାହଜାହନପୁର ଆଇନ ଛାତ୍ରୀଙ୍କୁ ଗତକାଲି ଚିନ୍ମୟାନନ୍ଦଙ୍କ ବାସଭବନକୁ ନିଆଯାଇଥିଲା। ସେଠାରେ ପ୍ରାୟ ୫ ଘଣ୍ଟା ଧରି ତଦନ୍ତ ହୋଇଥିଲା ଏବଂ ଛାତ୍ରୀଙ୍କୁ ପଚରାଉଚୁରା କରାଯାଇଥିଲା। ଛାତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ ଯେ ଚିନ୍ମୟାନନ୍ଦଙ୍କ ବେଡ୍‌ରୁମ୍‌ରୁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ହଟାଇ ଦିଆଯାଇଛି।

ସମ୍ବନ୍ଧିତ ଖବର