ଧାନ ବିଲରେ ଜରୁରୀ ଅବତରଣ କଲା ଚିନୁକ ହେଲିକପ୍ଟର

ପାଟନା: ଆଜି ସନ୍ଧ୍ୟାରେ ବିହାରର ବକ୍ସରରେ ଅତ୍ୟାଧୁନିକ ଚିନୁକ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି | ୨୦ରୁ ଅଧିକ ବାୟୁସେନାର କର୍ମଚାରୀଙ୍କୁ ନେଇ ହେଲିକପ୍ଟରଟି ଯାଉଥିବାବେଳେ ବକ୍ସରର ମାଣିକପୁର ଗ୍ରାମରେ ଜରୁରୀକାଳୀନ ଅବତରଣ କରିଛି । ଗ୍ରାମର ବିଦ୍ୟାଳୟ ନିକଟରେ ଥିବା ଏକ ଧାନ ବିଲରେ ହେଲିକପ୍ଟରଟି ଅବତରଣ କରିବା ପରେ ଏହାର ଚକ ମଧ୍ୟ ଓଦା ମାଟିରେ ଧସିଯାଇଛି |

ବାୟୁସେନାର ଉଚ୍ଚ ଅଧିକାରୀ ତଥା ଇଞ୍ଜିନିୟରିଂ ବିଭାଗକୁ ଏବାବଦରେ ସୂଚନା ଦିଆଯାଇଛି। ସେମାନେ ଆସିବା ପରେ ହିଁ ହେଲିକପ୍ଟରଟି ଉଡ଼ିପାରିବ ବୋଲି ଜଣାପଡିଛି | ସୂଚନା ମୁତାବକ ଚିନୁକ ହେଲିକପ୍ଟରଟି ୨୦ ଜଣ ବାୟୁସେନା କର୍ମଚାରୀଙ୍କୁ ନେଇ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ବିହାରର ଵିହଟା ଯାଉଥିଲା | ତେବେ ହଠାତ୍ ବକ୍ସର ନିକଟରେ ହେଲିକପ୍ଟରର ଡେଣାରୁ ନିଆଁ ଝୁଲ ବାହାରିଥିଲା ଓ ଖୁବ ଜୋରରେ ଶବ୍ଦ ହୋଇଥିଲା | ଏହି କାରଣରୁ ପାଇଲଟ ମାଣିକପୁର ଗାଁର ଏକ ଜମିରେ ହେଲିକପ୍ଟରକୁ ଅବତରଣ କରାଇଥିଲେ | ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ହେଲିକପ୍ଟରଟି ନିରାପଦରେ ଅବତରଣ କରିଥିଲା ​​ବୋଲି କୁହାଯାଉଛି |

ସୂଚନା ଥାଉ କି ଆମେରିକା ଦ୍ୱାରା ନିର୍ମିତ ଚିନୁକ୍ ହେଲିକପ୍ଟର ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ନିହତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଦୁଇ ବର୍ଷ ପୂର୍ବେ ପୁଲୱାମା ଆକ୍ରମଣ ପରେ ମାର୍ଚ୍ଚ ୨୦୧୯ ରେ ଏହାକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ଏହି ହେଲିକପ୍ଟରଟି ଉଚ୍ଚ ଏବଂ ଦୁର୍ଗମ ଅଞ୍ଚଳରେ ଓଜନିଆ ମାଲ ପରିବହନ କରିବାରେ ସକ୍ଷମ ବୋଲି ବିବେଚନା କରାଯାଏ |

ସମ୍ବନ୍ଧିତ ଖବର