ପାଟନା: ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ ସରକାର ପାଟନାରେ ଥିବା ରାମ ବିଳାସ ପାସୱାନଙ୍କ କାର୍ଯ୍ୟାଳୟ ନେଇ ଚିରାଗ ପାସୱାନ ଏବଂ ଚାଚା ପଶୁପତି ପାରସଙ୍କ ମଧ୍ୟରେ ଜାରି ରହିଥିବା ଝଗଡାରେ ହସ୍ତକ୍ଷେପ କରିଛନ୍ତି।
ଆରଏଲଜେପି ସଭାପତି ପଶୁପତି ପାରସଙ୍କ ଅଭିଯୋଗ ଉପରେ ନୀତୀଶ ମନ୍ତ୍ରୀ ପାଲଟା ଜବାବ୍ ଦେଇ ଛନ୍ତି। ଆରଏଲଜେପି କାର୍ଯ୍ୟାଳୟ ଆବଣ୍ଟନକୁ ବାତିଲ କରି ନିର୍ମାଣ ମନ୍ତ୍ରୀ ଜୟନ୍ତ ରାଜ କହିଛନ୍ତି ଯେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛ। ରାଜନୈତିକ ପ୍ରତିଶୋଧ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ।
ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଆରଏଲଜେପିକୁ ଦିଆ ଯାଇଥିବା ଘରର ଭଡା ଗତ ଦୁଇ ବର୍ଷ ଧରି ବାକି ରହିଛି। ବୁଧବାର ଜେଡିୟୁ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ ଜୟନ୍ତରାଜ ଏହି ସୂଚନା ଦେଇଛନ୍ତି।
ଆରଏଲଜେପି କାର୍ଯ୍ୟାଳୟ ଆବଣ୍ଟନ ବିରୋଧରେ ପାଟନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଏକ ପିଟିସନଟି ଦାଖଲ କରଯାଇଛି।
ଏହାକୁ କୋର୍ଟଗ୍ରହଣ କରିଛନ୍ତି।
ନୀତୀଶ ସରକାର ବର୍ତ୍ତମାନ ଏହି କାର୍ଯ୍ୟାଳୟକୁ ଚିରାଗ ପାସୱାନଙ୍କ ଏଲଜେପି (ରାମ ଭିଲାସ)କୁ ଦେଇଛନ୍ତି। ପାରସଙ୍କ ଆରଏଲଜେପିକୁ ନୀତୀଶ ସରକାର ନୋଟିସ ଜାରି କରି ପାଟନାରେ ଏହି କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି।
ବିଲଡିଂ ନିର୍ମାଣ ବିଭାଗ କହିଛି ଯେ ୨୦୧୯ରୁ କାର୍ଯ୍ୟାଳୟର ନବୀକରଣ ବିଚାରାଧୀନ ଅଛି। ନିୟମନି ଅନୁଯାୟୀ, ରାଜନୈତିକ
ଦଳମାନଙ୍କୁ ଦୁଇ ବର୍ଷକାର୍ଯ୍ୟ କରିବା ପାଇଁକୋଠା ବଣ୍ଟନ କରାଯାଇଛି। ଯଦି ଏହାକୁ ଜାରି ରଖିବାକୁ ପଡିବ ତେବେ ଦଳଗୁଡ଼ିକୁ ପ୍ରତ୍ୟେକ ଥର
ନବୀକରଣ କରିବାକୁ ପଡିବ।
ହ୍ବିଲର୍ ରୋଡ୍ କାର୍ଯ୍ୟାଳୟକୁ ପଶୁପତି ପାରସଙ୍କ ଦ୍ୱାରା ଥରେ ବି ନବୀକରଣ କରାଯାଇ ନାହିଁ । ଏହା ମଧ୍ୟ କୁହାଯାଉଛି ଯେ ଦୁଇ ବର୍ଷହେଲା ଭଡା ପ୍ରଦାନ କରାଯାଇ ନାହିଁ। ଏହି କାରଣରୁ ତାଙ୍କୁ ଚିରାଗ ପାସୱାନଙ୍କ ପାର୍ଟିକୁ ଦିଆ ଯାଇଥିବା କୋଠା ଖାଲି କରିବାକୁ ପଡିଲା।
ପାର୍ଟି କାର୍ଯ୍ୟାଳୟର ଆବାସିକ ପରିସର ବ୍ୟବହାର ପାଇଁ ଚିରାଗ ପାସୱାନଙ୍କ ପାର୍ଟି ଦ୍ବାରା ୪ ଜୁଲାଇ ୨୦୨୪ ରେ ଏକ ଅନୁରୋଧ କରାଯାଇଥିଲା। ଏହାକୁ ଗ୍ରହଣ କରି ନୀତୀଶ ସରକାର ଏହି ପରିସର ଆବଣ୍ଟନ ସମ୍ପର୍କରେ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଦିନ ପୂର୍ବରୁ ଚିରାଗ ପାସୱାନ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁଭେଟିଥିଲେ । ଯେଉଁଥିରେ ବିହାରରେ ଭୁଶୁଡ଼ି ପଡ଼ିଥିବା ସେତୁ ଏବଂ ଚାକିରି ବିଷୟରେ ଆଲୋଚନା ହୋଇଥିଲା।