ମୋ ପାଇଁ କେହି ହାତ କାଟ ନାହିଁ: ଚିରାଗ ପାଶୱାନ

ପାଟନା: ବିହାରର ଜାମୁଇରୁ ଏଲଜେପି (ରାମ ବିଳାସ)ର ସାଂସଦ ଥିବା ଚିରାଗ ପାଶୱାନ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ତେବେ ତାଙ୍କର ଜଣେ ପ୍ରଶଂସକ ଏବେ ଏପରି କାର୍ଯ୍ୟ କରିଛନ୍ତି ଯେ ଚିରାଗ ପାଶୱାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସାଂସଦ ଚିରାଗ ପାଶୱାନ ମଙ୍ଗଳବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ହାତରେ ରକ୍ତରେ ଚିରାଗଙ୍କ ନାମ ରହିଛି |

ହାତରେ ରକ୍ତରେ ଲେଖାଯାଇଥିବା ଏହି ଫଟୋକୁ ଦେଖି ଚିରାଗ ପାଶୱାନ ସମର୍ଥକଙ୍କୁ ନିବେଦନ କରିଛନ୍ତି ଯେ “ମୋର ସମସ୍ତ ସମର୍ଥକଙ୍କୁ ନମ୍ର ନିବେଦନ, ଦୟାକରି ହାତ କାଟିବା ଏବଂ ନିଜକୁ କୌଣସି ପ୍ରକାରର ଆଘାତ ଦେବା ଠିକ୍ ନୁହେଁ। ଆପଣ ଏଭଳି କୌଣସି କାମ କରିବା ଉଚିତ ନୁହେଁ ଯାହା ମୋତେ ଆଘାତ ଦେବ। ହଁ, ଯଦି ଆପଣ ମୋର ଜଣେ ସମର୍ଥକ, ତେବେ ମୋର ବିଚାରଧାରାକୁ ଲୋକମାନଙ୍କୁ ଜଣାନ୍ତୁ’ | ସୂଚନା ଥାଉ କି ଯେ ଚିରାଗ ପାଶୱାନ ଦିନେ ତାଙ୍କ ପିତାଙ୍କ ଦ୍ୱାରା ଗଠିତ ହୋଇଥିବା ଦଳ ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚେହେରା ଥିଲେ |

କିନ୍ତୁ ତାଙ୍କ ଦାଦାଙ୍କ ସହ ବିବାଦ ପରେ ଦଳ ଭାଙ୍ଗିଯାଇଥିଲା | ସଂଗଠନକୁ ପୁଣି ମଜବୁତ କରିବାକୁ ଚିରାଗ ବର୍ତ୍ତମାନ ଏକାକୀ ଲାଗିପଡିଛନ୍ତି । ଚିରାଗ ପାଶୱାନ ନିକଟରେ ବିହାରର ପ୍ରତ୍ୟେକ ଜିଲ୍ଲା ଗସ୍ତ କରି ଲୋକଙ୍କ ଆଶୀର୍ବାଦ ନେଇଥିଲେ।

ସମ୍ବନ୍ଧିତ ଖବର