ପାଟନା: କେନ୍ଦ୍ରମନ୍ତ୍ରୀ ଚିରାଗ ପାସ୍ୱାନ ଶନିବାର ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ବିହାର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଯେଉଁ ସରକାରରେ ଅପରାଧ ବୃଦ୍ଧି ପାଉଛି ଓ ଅନିୟନ୍ତ୍ରିତ ଅବସ୍ଥାରେ ରହିଛି, ସେହି ସରକାରକୁ ସମର୍ଥନ କରି ସେ ଦୁଃଖିତ। ସମଗ୍ର ରାଜ୍ୟରେ ଅପରାଧ ଘଟୁଛି ଓ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହେଉଛି। ଅପରାଧୀଙ୍କ ଆଗରେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ହାତ ଟେକି ଦେଇଛି। ବିହାରରେ କ୍ରମାଗତ ଭାବେ ହତ୍ୟା, ଡକାୟତି, ଅପହରଣ ଓ ଦୁଷ୍କର୍ମ ଘଟଣା ଘଟୁଛି। ବିହାରର ଲୋକମାନେ ଆଉ ସୁରକ୍ଷିତ ଅନୁଭବ କରୁନାହାନ୍ତି। ଆପରାଧିକ କାର୍ଯ୍ୟକଳାପ କାହିଁକି ହ୍ରାସ ପାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିହାର ସରକାରଙ୍କୁ ନିନ୍ଦା କଲେ
ବିଧାନସଭା ନିର୍ବାଚନରେ ଭାଗ ନେବାକୁ ସୂଚନା ଦେଲେ
କେବଳ ସେତିକି ନୁହେଁ, ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରୀୟ ରାଜନୀତିରେ ସେ ନିଜକୁ ଅଧିକ ଦିନ ଧରି ଦେଖୁନାହାନ୍ତି ବୋଲି ପ୍ରକାଶ କରିବା ସହ ରାଜନୀତିରେ ତାଙ୍କର ପ୍ରବେଶ ସବୁବେଳେ ବିହାର ଓ ଜନସାଧାରଣଙ୍କ ପାଇଁ ରହିଆସିଛି ବୋଲି କେନ୍ଦ୍ରମନ୍ତ୍ରୀ ପାସ୍ୱାନ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କର ଲକ୍ଷ୍ୟ ହେଉଛି ‘ବିହାର ପ୍ରଥମ, ବିହାରୀ ପ୍ରଥମ’ ଏବଂ ସେ ରାଜ୍ୟକୁ ବିକଶିତ ରାଜ୍ୟ ଭାବେ ଦେଖିବାକୁ ଚାହାନ୍ତି। ଖୁବ୍ଶୀଘ୍ର ବିହାର ଫେରିବା ପାଇଁ ସେ ନିଜ ଇଚ୍ଛା ବିଷୟରେ ନିଜ ଦଳକୁ ଜଣାଇ ସାରିଛନ୍ତି ଏବଂ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତି ଚାଲିଛି ବୋଲି ପାସୱାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/27/fshfhhfvxbvb-2025-07-27-00-16-44.jpg)