ବିଜେପି ବିରୋଧରେ ବିଷ ଓଗାଳିଲେ ମୋଦୀଙ୍କ ହନୁମାନ!

ପାଟନା: ଲୋକ ଜନଶକ୍ତି ପାର୍ଟି (ଏଲଜେପି) ର ପ୍ରତିଷ୍ଠା ଦିବସ ଅବସରରେ ଦଳର ଜାତୀୟ ସଭାପତି ଚିରାଗ ପାଶୱାନ ଶନିବାର ଦିନ ବିଜେପିର ନାମ ନ ନେଇ ଟାର୍ଗେଟ କରିଛନ୍ତି। ଚିରାଗ କହିଛନ୍ତି ଯେ ବିହାରରେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ​​ଆମ ଦଳ ବିନା କୌଣସି ସହଯୋଗୀ ଓ ତାରକା ପ୍ରଚାରକ ବିନା ଗୋଟିଏ ଆସନ ଜିତିଛି। ସେ କହିଛନ୍ତି ଯେ ଦଳ ୨୪ ଲକ୍ଷ ଭୋଟ୍ ପାଇଛି, ଯାହା ଦଳର ବିସ୍ତାରର ପ୍ରତୀକ ଭାବେ ସାବ୍ୟସ୍ତ ହୋଇଛି |

ପ୍ରତିଷ୍ଠା ଦିବସ ଅବସରରେ ଚିରାଗ କହିଛନ୍ତି ଯେ, ‘ବାପା (ରାମବିଳାସ ପାଶୱାନ) ସର୍ବଦା ଚାହୁଁଥିଲେ ଯେ ବିନା କୌଣସି ସହଯୋଗୀ ଦଳ ସାହାଯ୍ୟରେ ଏଲଜେପି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁ, ଯାହାଦ୍ୱାରା ଦଳର ମୂଳଦୁଆ ସୁଦୃଢ଼ ହେବ। ୨୦୨୦ ନିର୍ବାଚନ ପ୍ରମାଣିତ କରିଛି ଯେ ଏଲଜେପି ପ୍ରତି ଏକ ଦୃଢ ସମର୍ଥନ ଅଛି, ଯାହା ଆଗାମୀ ନିର୍ବାଚନରେ ​​ଦଳକୁ ନୂତନ ସ୍ତରକୁ ନେବ। ସେହିପରି ବର୍ତ୍ତମାନ ବିହାରରେ ଥିବା ଏନଡିଏ ଶାସନ ପ୍ରତି ସଂଶୟ ପ୍ରକାଶ କରି ଚିରାଗ କହିଛନ୍ତି ଯେ ବିହାରରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ |

ବର୍ତ୍ତମାନ ପରିସ୍ଥିତିରେ ଯେଉଁ ପ୍ରକାର ସରକାର ଚାଲିଛି, ମୁଁ ଭାବୁଛି ଯେ ଯେକୌଣସି ସମୟରେ ନିର୍ବାଚନ ଘୋଷଣା କରାଯାଇପାରେ | ସେହିପରି ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିବା ପରେ ଚିରାଗ କହିଛନ୍ତି ଯେ ଏହି ଆସନ ଭାରତୀୟ ଜନତା ପାର୍ଟି (ବିଜେପି) ର ଥିଲା । ତେଣୁ ଦଳ କାହାକୁ ମନୋନୀତ କରିବାକୁ ଚାହୁଁଛି, ସେ ବାବଦରେ ଏଲଜେପି ପକ୍ଷରୁ କିଛି କୁହାଯିବ ନାହିଁ |

ସୂଚନା ଥାଉ କି ଚଳିତ ବିହାର ବିଧାନସଭା ନିର୍ବାଚନରେ ଏଲଜେପି ଅଧ୍ୟକ୍ଷ ଚିରାଗ ପାସୱାନ ନୀତିଶ କୁମାର ଓ ଜେଡିୟୁକୁ ବିରୋଧ କରିଥିଲେ ବି ବିଜେପି ବିରୋଧରେ ମୁହଁ ଖୋଲିନଥିଲେ | ଚିରାଗ ନିଜକୁ ମୋଦୀଙ୍କ ହନୁମାନ ବୋଲି ମଧ୍ୟ କହିଥିଲେ | ହେଲେ ଆଜି ଦଳର ପ୍ରତିଷ୍ଠା ଦିବସରେ ବିଜେପି ସହଯୋଗରେ ଗଠନ ହୋଇଥିବା ନୀତିଶଙ୍କ ସରକାର କେବେ ବି ଭାଙ୍ଗିଯାଇପାରେ ବୋଲି ଚିରାଗ କହିଛନ୍ତି |

ସମ୍ବନ୍ଧିତ ଖବର