ଚିରାଗ୍‌ଙ୍କ ଭାଇ ସାଂସଦ ପ୍ରିନ୍ସ ରାଜଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି ନେତା ଚିରାଗ୍‌ ପାଶ୍ବାନଙ୍କ ସଂପର୍କୀୟ ଭାଇ ତଥା ସାଂସଦ ପ୍ରିନ୍ସ ରାଜ ପାଶ୍ବାନଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି। ଅଦାଲତଙ୍କ ଆଦେଶ ପରେ ଦିଲ୍ଲୀର କନ୍ନଟ ପ୍ଲେସ୍‌ ଥାନାରେ ବଳାତ୍କାର ମାମଲା ରୁଜୁ କରାଯାଇଛି। ତଦନ୍ତ ଶେଷ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚିରାଗ ପାଶ୍ବାନ ମଧ୍ୟ ପ୍ରିନ୍ସ ରାଜଙ୍କୁ ଲଗାତାର ସୁରକ୍ଷା ଦେଇ ଆସୁଥିବା ପୀଡ଼ିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

୩ ମାସ ପୂର୍ବେ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଫଳରେ ବାଧ୍ୟ ହୋଇ ସେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଆଦେଶ ପରେ ସାଂସଦ ପ୍ରିନ୍ସ ରାଜଙ୍କ ବିରୋଧରେ କନ୍ନଟ ପ୍ଲେସ୍‌ ଥାନାରେ ମାମଲା ରୁଜୁ ହୋଇଛି। ପୀଡ଼ିତା ଯେତେବେଳେ ଥାନାରେ ଅଭିଯୋଗ କରିଥିଲେ ସେତେବେଳେ ପ୍ରିନ୍ସ ରାଜ ମଧ୍ୟ ତାଙ୍କ ବିରୋଧରେ ଅଭି‌ଯୋଗ କରିଥିଲେ। ୨୦୨୦ ମସିହାରେ ପ୍ରିନ୍ସ ରାଜ ତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସହ ତାହାର ଭିଡିଓ ରେକର୍ଡିଂ ବି କରିଥିଲେ। ଭିଡିଓ ରେକର୍ଡିଂକୁ ନେଇ ସେ ତାଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର