ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରି ଫ୍ୟାନ୍ସଙ୍କୁ ଏଭଳି ଅନୁରୋଧ କରିଛନ୍ତି ସାଉଥ ସୁପରଷ୍ଟାର ଚିରଞ୍ଜିବୀ
ନୂଆଦିଲ୍ଲୀ: ବାହାନଗା ଟ୍ରେନ ଦୁର୍ଘଟଣାରେ ଚୂଡ଼ାନ୍ତ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସିଛି। ଗତକାଲି ସୁଦ୍ଧା ଏହା ସରକାରୀ ଭାବେ ୨୮୮ ଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା ୨୭୫ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।
ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ବଲିଉଡ୍ ଅଭିନେତା ସଲ୍ମାନ୍ ଖାଁ, ଅକ୍ଷୟ କୁମାର, ପରିଣୀତି ଚୋପ୍ରା , ସନ୍ନି ଦେଓଲ, କଣ୍ଠଶିଳ୍ପୀ ବରୁଣ ଓ ପ୍ରଖ୍ୟାତ୍ କ୍ରିକେଟ ଖେଳାଳି ବିରାଟ କୋହଲିଙ୍କ ଭଳି ବଡ଼ବଡ଼ ନାମୀଦାମୀ ଷ୍ଟାରମାନେ ଶୋକପ୍ରକାଶ କରିଛନ୍ତି।
ଏହି କ୍ରମରେ ସାଉଥ ସୁପରଷ୍ଟାର ଚିରଞ୍ଜିବୀ ବି ଟୁଇଟ କରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି କି, ‘ ମୋର ସମସ୍ତ ଫ୍ୟାନ୍ସମାନଙ୍କୁ ଏତିକି ଅନୁରୋଧ କି, ଉକ୍ତ ଦୁର୍ଘଟଣା ଅଞ୍ଚଳ ପାଖରେ ରହୁଥିଲେ ଆହତଙ୍କୁ ନିଶ୍ଚୟ ରକ୍ତଦାନ କରନ୍ତୁ।’
Utterly shocked at the tragic Coromandel express accident in Orissa and the huge loss of lives! My heart goes out to the bereaved families.
I understand there is an urgent demand for blood units to save lives. Appeal to all our fans and good samaritans in the nearby areas to…— Chiranjeevi Konidela (@KChiruTweets) June 3, 2023
ଅଭିନେତ୍ରୀ ସାଂସଦ କିରଣ ଖେର ବି ଏହି ଘଟଣାର ଭିଡିଓ ସେୟାର କରି ଆହତ ଲୋକ ଖୁବଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ଏହି କ୍ରମରେ ଦେଖିବାକୁ ରେଳ ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ସୁପ୍ରିମ୍ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଏଥିସହ ତୁରନ୍ତ ‘କବଚ’ ସୁରକ୍ଷା ବ୍ୟବସ୍ଥା ବା ‘ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ୍’ ଲଗାଇବା ପାଇଁ ଗାଇଡ୍ଲାଇନ୍ ଏବଂ ନିର୍ଦେଶନାମା ଜାରି କରିବା ଲାଗି ମଧ୍ୟ ଏହି ଜନସ୍ବାର୍ଥ ମାମଲାରେ ଦାବି କରାଯାଇଛି। ଏହି ବ୍ୟବସ୍ଥା ପ୍ରଚଳନ କରାଗଲେ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟିବା ସହିତ ଦେଶରେ ରେଳ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ ବୋଲି ଏଥିରେ କୁହାଯାଇଛି।