ନୂଆଦିଲ୍ଲୀ : ଓଡ଼ିଶାର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ସଂକ୍ଷିପ୍ତ ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି। ବିଚାରପତି ଜଷ୍ଟିସ ଏମ୍‌.ଆର୍‌ ଶାହା ଓ ବିଚାରପତି ଜଷ୍ଟିସ୍‌ ସି.ଟି ରବିକୁମାରଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। କେନ୍ଦ୍ର ସମବାୟ ମନ୍ତ୍ରାଳୟ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ କରିଥିବା ଆବେଦନକୁ ଖଣ୍ଡପୀଠ ଗ୍ରହଣ କରିଛନ୍ତି। ଏଥି ସହିତ ସମବାୟ ମନ୍ତ୍ରାଳୟ ପକ୍ଷରୁ ଚିଟ୍‌ଫଣ୍ଡ ଠକେଇ ସଂକ୍ରାନ୍ତ ସ୍ଥିତି (ଷ୍ଟାଟସ୍‌) ରିପୋର୍ଟ ଦାଖଲ କରାଯାଇଛି। ଏହି ମାମଲାରେ କିଛି ସୁପାରିସ ଖଣ୍ଡପୀଠଙ୍କୁ ସୋମବାର ପ୍ରଦାନ କରିବେ ବୋଲି ସମବାୟ ମନ୍ତ୍ରାଳୟର ଆଇନଜୀବୀ ଜଣାଇଛନ୍ତି।

Advertisment

ଚିଟ୍‌ଫଣ୍ଡ ଦୁର୍ନୀତିରେ କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କ ଟଙ୍କା ଫେରସ୍ତ ଦାବି କରି ଆବେଦନକାରୀ ପିନାକ ପାଣି ମହାନ୍ତିଙ୍କ ଦ୍ବାରା ଦାଖଲ କରାଯାଇଥିବା ଜନସ୍ବାର୍ଥ ମାମଲାକୁ ନେଇ ବର୍ତ୍ତମାନ ସୁଦ୍ଧା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଓଡ଼ିଶା ସରକାର ଓ ସିବିଆଇ ଜବାବୀ ସତ୍ୟପାଠ ଦାଖଲ କରିସାରିଥିବା ବେଳେ ଆମିକସ କ୍ୟୁରି ଗୌରବ ଅଗ୍ରୱାଲଙ୍କ ଦ୍ବାରା ସଂକ୍ଷିପ୍ତ ନୋଟ୍ ମଧ୍ୟ ଦାଖଲ ହୋଇଛି। ଉଲ୍ଲେଖଥାଉକି, ଚିଟ୍‌ଫଣ୍ଡ ସଂକ୍ରାନ୍ତ ସବୁ ଅଭିଯୋଗର ଏକାଠି ଶୁଣାଣି ହୋଇପାେର।