ଚିଟଫଣ୍ଡ ଦୁର୍ନୀତି: ଗୌରବ ଅଗ୍ରୱାଲ ଆମିକସ କ୍ୟୁରି ନିଯୁକ୍ତି

ଦୁଇ ସପ୍ତାହ ମଧ୍ୟରେ ଜବାବୀ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତିକୁ ନେଇ ସୁପ୍ରିମକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାର ସୋମବାର ଦିନ ଶୁଣାଣି ହୋଇଛି। ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌ ଶାହା ଓ ଜଷ୍ଟିସ କ୍ରୀଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା। ଏହି ମାମଲାରେ ଆମିକସ କ୍ୟୁରି ନିଯୁକ୍ତି ପାଇଁ ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ ସହ ଅନୁରୋଧ କରିଥିଲେ। ଖଣ୍ଡପୀଠ ଅନୁରୋଧକୁ ବିଚାର କରି ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଚିଟଫଣ୍ଡ ଦୁର୍ନୀତି ମାମଲାରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ। ପୂର୍ବରୁ ଅନ୍ୟ କିଛି ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ଆଇନଜୀବୀ ଗୌରଭ ଅଗ୍ରୱାଲଙ୍କୁ ଆମିକସ କ୍ୟୁରି ଭାବେ ନିଯୁକ୍ତ କରିଥିଲେ।

ଦାଖଲ ପିଟିସନ ଉପରେ ସୋମବାର ଦିନ ସୁପ୍ରିମକୋର୍ଟ ରାଜ୍ୟ ସରକାର, ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦୁଇ ସପ୍ତାହ ମଧ୍ୟରେ ଜବାବୀ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାମାସ ୧ ତାରିଖକୁ ଧାର୍ଯ୍ୟ କରିଛନ୍ତି। ସାମାଜିକ କର୍ମୀ ପିନାକ ପାଣି ମହାନ୍ତି ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ କ୍ଷତିଗ୍ରସ୍ତ ନିବେଶକମାନଙ୍କ ଟଙ୍କା ଫେରସ୍ତ ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର