ଜାମ ହେଲା ଏୟାର ଇଣ୍ଡିଆର ଟଏଲେଟ, ଇକୋନମି କ୍ୟାବିନ୍‌ରେ ମାଡିଗଲା ଅପରିଷ୍କାର ପାଣି

ନୂଆଦିଲ୍ଲୀ: ସାଧାରଣତଃ ବିମାନର ଟଏଲେଟ ଜାମ ହୋଇଗଲେ ତାହାର ବ୍ୟବହାର ରୋକି ଦିଆଯାଇଥାଏ। କିନ୍ତୁ ଗତ ଶନିବାର ଦିଲ୍ଲୀ ଓ ଲଣ୍ଡନ ମଧ୍ୟରେ ଚାଲୁଥିବା ଏୟାର ଇଣ୍ଡିଆର ଟଏଲେଟ ଚୋକ୍‌ ହୋଇ ଯାଇଥିଲା। ଏହି କାରଣରୁ ଟଏଲେଟ ପାଣି ଓଭରଫ୍ଲୋ ହେବାକୁ ଲାଗିଥିଲା। ପରିସ୍ଥିତି ଏଭଳି ହୋଇଥିଲା କି, ଇକୋନମି କ୍ୟାବିନ୍‌ର କାରପେଟରେ ଅପରିଷ୍କାର ପାଣି ଜମି ଯାଇଥିଲା।

ତେବେ କ୍ୟାବିନ୍‌ର ଅନେକ ସିଟ୍‌ ଖାଲିଥିଲା। ତେଣୁ ସେହି ଯାତ୍ରୀଙ୍କୁ ସେଠାକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ଯେଉଁ ସିଟ୍‌କୁ ଏହି ଅପରିଷ୍କାର ଯାଇ ନଥିଲା। କ୍ର୍ୟୁ ସଦସ୍ୟ କାରପେଟ୍‌ରେ କମ୍ବଲ ଓ କାଗଜ ବିଛାଇ ପରିସ୍ଥିତିକୁ ଠିକ୍‌ କରିବା ପାଇଁ ଚେଷ୍ଟା କରିଥିଲେ। ଏଥିସହିତ ଦୁର୍ଗନ୍ଧକୁ ରୋକିବା ପାଇଁ ପରଫ୍ୟୁମ୍‌ ସ୍ପ୍ରେ କରାଯାଇଥିଲା।

ଏୟାର ଇଣ୍ଡିଆର ପ୍ରବକ୍ତାଙ୍କ କହିବାନୁସାରେ, ଆମେ ଏହି ମାମଲାର ଯାଞ୍ଚ କରିଥିଲୁ। ଯାଞ୍ଚରୁ ଜଣାପଡ଼ିଛି କି, ଟଏଲେଟର ବାମପାର୍ଶ୍ୱରେ ଟଉଲିଆ ରଖା ଯାଇଥିଲା। ଯେଉଁଥିପାଇଁ ଟଏଲେଟ ଜାମ ହୋଇଯାଇଥିଲା।

ସମ୍ବନ୍ଧିତ ଖବର