କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା କମାଇପାରେ ଶରୀରରୁ କୋଲେଷ୍ଟ୍ରଲ୍‌ ସ୍ତର କମାଇବାକୁ ବ୍ୟବହୃତ ହେଉଥିବା ଔଷଧ: ଗବେଷଣା

ଉହାନ: କରୋନା ଭାଇରସ୍‌କୁ ନେଇ ପୂର୍ବରୁ ଅନେକ ଗବେଷଣା ହୋଇସାରିଛି। ଏହି ଭାଇରସ ପାଇଁ ପ୍ରତିଷେଧକ ବାହାର କରିବାକୁ ପୃଥିବୀର ବିଭିନ୍ନ ଦେଶର ବୈଜ୍ଞାନିକମାନେ ସେମାନଙ୍କ ଚେଷ୍ଟା ଚଳାଇଥିବା ବେଳେ ଭାଇରସ୍‌ ସଂପର୍କିତ ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି।

ନିକଟରେ ହୋଇଥିବା ଏକ ଗଷେବଣାରୁ ଜାଣିବାକୁ ମିଳିଛି ଯେ ଶରୀରରେ କୋଲେଷ୍ଟ୍ରଲ୍‌ ସ୍ତର କମ୍‌ କରିବାକୁ ବ୍ୟବହୃତ ହେଉଥିବା ସାଧାରଣ ଔଷଧ କୋଭିଡ୍‌-୧୯ର ଶିକାର ହୋଇ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମୃତ୍ୟୁ ହାର କମ୍‌ କରିବାରେ ସହାୟ ହୋଇପାରେ।

ଡେକ୍ସାମେଥାସୋନ୍‌ ଷ୍ଟେରୋଏଡ୍‌ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଜୀବନ ରକ୍ଷା କରିପାରେ ବୋଲି ଅକ୍ସଫୋର୍ଡ ୟୁନିଭରସିଟିରେ ହୋଇଥିବା ଏକ ସର୍ଭେରୁ ନିକଟରେ ଜାଣିବାକୁ ମିଳିଛି।

www.xinhuanet.comସେଲ୍‌ ମେଟାବଲିଜିମ୍‌ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଥିବା ଏହି ନୂଆ ଗବେଷଣା ବିଷୟରେ ଲେଖାଯାଇଛି ଯେ କୋଲେଷ୍ଟ୍ରଲ୍‌ କମ୍‌ କରିବାକୁ ବ୍ୟବହାର କରାଯାଉଥିବା ଏକ ସାଧ‌ାରଣ ଔଷଧ କରୋନା ବିରୁଦ୍ଧରେ ଲଢ଼ିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇପାରେ।

ତେବେ, ଏଯାଏ ସ୍ପଷ୍ଟ ହୋଇନି ଯେ ଏହି ଔଷଧକୁ କିପରି ଭାବେ ବ୍ୟବହାର କରାଯିବ। କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା ସକାଶେ କେବଳ ଏହି ଔଷଧ ନା ଏହା ସହ ଆଉ କିଛି ଔଷଧ ମିଶାଇକି ଦିଆଯିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

କୋଭିଡ୍‌-୧୯ରୁ ସୁସ୍ଥ ହେବା ପାଇଁ ବା ପ୍ରତିଷେଧକ ଭାବେ ଏଯାଏ କୌଣସି ଔଷଧ ବାହାରି ନଥିବା ବେଳେ ଉହାନ ୟୁନିଭରସିଟିର ରେନିମ୍‌ ହସ୍ପିଟାଲ୍‌ର ଗବେଷକମାନେ ୧୩,୯୮୧‌ କୋଭିଡ୍ ଆକ୍ରାନ୍ତଙ୍କୁ ନେଇ ଏହି ଗଷେବଣା କରିଥିଲେ। ୨୧ଟି ହସ୍ପିଟାଲ୍‌ରେ ଥିବା ଏହି ଆକ୍ରାନ୍ତମାନଙ୍କ ଉପରେ ‌ହୋଇଥିବା ଗବେଷଣା‌ରେ ୧,୨୧୯ ଜଣ ରୋଗୀ ଔଷଧ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର