କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀରେ ସ୍କୁଲ ଖୋଲିବା ପ୍ରସଙ୍ଗକୁ ନେଇ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ମାଧ୍ୟମରେ ଶିକ୍ଷା ଜାରି ରଖିବା ପ୍ରସଙ୍ଗ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡିକ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ଉଚିତ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ନିକଟରେ ମନୀଷ ସିସୋଦିଆ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କଙ୍କୁ ଏକ ଚିଠି ଲେଖି ବିଦ୍ୟାଳୟଗୁଡ଼ିକର ନୂତନ ଭୂମିକା ବିଷୟରେ ବିଚାର କରିବାକୁ ଅନୁରୋଧ କରିଥିଲେ। ସେ ଲେଖିଥିଲେ, ଆମ ଦେଶ ତଥା ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଆମର ବିଦ୍ୟାଳୟଗୁଡ଼ିକୁ ପୁନନିର୍ମାଣ କରିବା, ନା ଅନ୍ୟ ଦେଶ କିଛି କରିବ ତାହା ଅପେକ୍ଷା କରିବ। ତା’ ପରେ ଆମେ ତାହାକୁ କପି ପେଷ୍ଟ କରି ଦେବା।’

ବୈଠକରେ ଦିଲ୍ଲୀର ସରକାରୀ ଓ ଘରୋଇ ସ୍କୁଲର ୮୨୯ ଶିକ୍ଷକ, ୬୧ଜଣ ସ୍କୁଲ ମୁଖ୍ୟ, ୯୨୦ଜଣ ଛାତ୍ରଛାତ୍ରୀ ଓ ୮୨୯ ଅଭିଭାବକଙ୍କ ଅନ୍‌ଲାଇନ୍‌ ପ୍ରସ୍ତାବ ଓ ସ୍କୁଲସ୍ତରରେ ୨୩୨୬୨ ଶିକ୍ଷକ ଓ ୯୮୪୨୩ ଅଭିଭାବକଙ୍କ ଅନଲାଇନ୍‌ ପରାମର୍ଶକୁ ଆଧାର କରି ବିଚାର କରାଯାଇଛି। ଏହି ରିପୋର୍ଟକୁ ଶିକ୍ଷା ନିର୍ଦ୍ଦେଶାଳୟର ଉପ-ଶିକ୍ଷା ଅଧିକାରୀ ଶିକ୍ଷା ସଚିବ ଓ ଶିକ୍ଷା ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର