ରାୟପୁରରେ ହେଲିକପ୍ଟର ଦୁର୍ଘଟଣା, ୨ ପାଇଲଟ ମୃତ

ରାୟପୁର : ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନିଂ ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି।  ତେବେ ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଏହି ହେଲିକାପ୍ଟରଟି ଛତିଶଗଡ଼ ସରକାରଙ୍କ ଏକ ହେଲିକପ୍ଟର ଥିଲା । ଲାଣ୍ଡିଂ ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୃତ ପାଇଲଟ ଦୁଇଜଣ ହେଉଛନ୍ତି କ୍ୟାପଟେନ ଗୋପାଳକୃଷ୍ଣ ପଣ୍ଡା ଓ ସହ-କ୍ୟାପଟେନ ଏପି ଶ୍ରୀବାସ୍ତବ । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଟୁଇଟ କରି ଏହି ଦୁର୍ଘଟଣା ସଂପର୍କରେ ସୂଚନା ଦେବା ସହ ମୃତ ଦୁଇ ପାଇଲଟଙ୍କ ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି ।

ସମ୍ବନ୍ଧିତ ଖବର