ହତ୍ୟା ଉଦ୍ୟମ ମାମଲା, ଛୋଟା ରାଜନ୍‌କୁ ୮ ବର୍ଷ ଜେଲ୍‌ଦଣ୍ଡ

ମୁମ୍ବାଇ: ୨୦୧୨ ମସିହାର ଏକ ହତ୍ୟା ଉଦ୍ୟମ ମାମଲାରେ ଆଜି ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଗ୍ୟାଙ୍ଗଷ୍ଟର୍‌ ଛୋଟା ରାଜନ୍‌ ଏବଂ ଅନ୍ୟ ୫ ଜଣଙ୍କୁ ୮ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ମଧ୍ୟ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। ୨୦୧୨ ଅକ୍ଟୋବରରେ ହୋଟେଲ ମାନିକ ବି . ଆର ସେଟ୍ଟି ତାଙ୍କର ଜଣେ ବନ୍ଧୁଙ୍କୁ ସାକ୍ଷାତ କରିବାପାଇଁ ଯାଉଥିବା ସମୟରେ ଅନ୍ଧେରୀରେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଏନେଇ ସେ ଛୋଟା‌ ରାଜନ୍‌ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର