ନୂଆଦିଲ୍ଲୀ:‘ ଚୌକିଦାର ଚୋର ହୈ’ ବୟାନକୁ ସୁପ୍ରିମ୍ କୋର୍ଟ ସହିତ ଯୋଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରାଯିବା ମାମଲାରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଓକିଲଙ୍କ ମାଧ୍ୟମରେ କୋର୍ଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ଏହାକୁ ସୁପ୍ରିମ୍ କୋର୍ଟ ଗ୍ରହଣ କରିନାହାନ୍ତି ଏବଂ ରାହୁଲ ଆଉ ଏକ ସତ୍ୟପାଠ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିବେ ବୋଲି ଜଣାପଡ଼ିଛି।
ରାହୁଲଙ୍କ ବୟାନକୁ ନେଇ ଅଦାଲତ ଅବମାନନା ମାମଲାର ଆଜି ଶୁଣାଣି ଥିବା ବେଳେ ଅଦାଲତରେ ରାହୁଲ ତାଙ୍କ ଓକିଲ ଅଭିଷେକ ମନୁ ସିଂଘଭିଙ୍କ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ। ଖଣ୍ଡପୀଠ ରାହୁଲଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ଦୁଃଖ ପ୍ରକାଶ କରିବା ପାଇଁ ୨୨ ପୃଷ୍ଠାର ସତ୍ୟପାଠ କାହିଁକି ଦାଖଲ କରାଯାଇଛି ବୋଲି ପଚାରିଥିଲେ। ଏହା ସହିତ ଯେଉ ଢଙ୍ଗରେ ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି ତାହା ଗ୍ରହଣୀୟ ନୁହେଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ଏହାପରେ ମାମଲାରେ ଆଉ ଏକ ସତ୍ୟପାଠ ଦାଖଲ କରିବା ପାଇଁ ରାହୁଲଙ୍କ ଆବେଦନକୁ ସୁପ୍ରିମ୍ କୋର୍ଟ ଗ୍ରହଣ କରିଥିଲେ ପରବର୍ତ୍ତୀ ଶୁଣାଣି ଆସନ୍ତା ୬ ତାରିଖ ଦିନ କରାଯିବାକୁ ଧାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ ‘ଚୌକିଦାର ଚୋର୍ ହୈ’ ବୟାନକୁ ସୁପ୍ରିମ୍ କୋର୍ଟ ଗ୍ରହଣ କରିନେଇଛନ୍ତି ବୋଲି ରାହୁଲ ବୟାନ ଦେଇ ବିବାଦ ସୃଷ୍ଟି କରିବା ପରେ ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ଅଦାଲତ ଅବମାନନା ମାମଲା ଦାଖଲ କରିଥିଲେ।
ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ରଂଜନ ଗୋଗଇ, ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠ କହିଥିଲେ ଯେ ସୁପ୍ରିମ୍ କୋର୍ଟଙ୍କୁ ଯୋଡ଼ି ବିଭ୍ରାନ୍ତି ସୃଷ୍ଟି କରିବା ପରେ ଯେଉଁ ଢଙ୍ଗରେ ଅନୁଶୋଚନା କରାଯାଇଛି ତାହାର ଉଦ୍ଦେଶ୍ୟ ଏବଂ ଅର୍ଥ କ’ଣ ସ୍ପଷ୍ଟ ହେବା ଆବଶ୍ୟକ। ଏଥିରୁ ରାହୁଲଙ୍କ ଦୋଷ ସ୍ବୀକାର ଏବଂ କ୍ଷମା ପ୍ରାର୍ଥନା ସ୍ପଷ୍ଟ ହେଉନାହିଁ ବୋଲି କୋର୍ଟ କହିଥିଲେ।
‘ଚୌକିଦାର ଚୋର୍ ହୈ’ ବୟାନ:ପୁଣି ସତ୍ୟପାଠ ଦ୍ବାରା କ୍ଷମା ମାଗିବେ ରାହୁଲ
୬ରେ ପରବର୍ତ୍ତୀ ଶୁଣାଣି
/sambad/media/post_attachments/wp-content/uploads/2019/05/Rahul-Gandhi-01.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)