‘ଜୟପୁର: ରାଫେଲ ଯୁଦ୍ଧ ବିମାନ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୁହାକୁ ତୁହା ଟାର୍ଗେଟ୍ କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ରାଜସ୍ଥାନର ଜୟପୁରରେ ଏକ ରୢାଲିରେ ‘ଚୌକିଦାର ହିଁ ଚୋର’ ସ୍ଲୋଗାନ ଦେଇଛନ୍ତି । ରାହୁଲ ସଭାରେ ଉପସ୍ଥିତ ଲୋକଙ୍କୁ ମଧ୍ୟ ଏହି ସ୍ଲୋଗାନ ଦେବାକୁ କହିବା ପରେ ରାହୁଲଙ୍କ ସହିତ ତାଳ ମିଳାଇ ଲୋକେ ‘ଚୌକିଦାର ହିଁ ଚୋର’ ବୋଲି କହିଥିଲେ । ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ ରାଫେଲ ପ୍ରସଙ୍ଗରେ ଗୋଟିଏ ମିନିଟ୍ ମଧ୍ୟ କହିବାକୁ ଅକ୍ଷମ ଏବଂ ସେ ନିଜେ ଅଭିଯୋଗର ଉତ୍ତର ଦେବା ପରିବର୍ତ୍ତେ ‘ଜଣେ ମହିଳା ନିର୍ମଳା ସୀତାରମଣଙ୍କ ଦ୍ବାରା ସଂସଦରେ ଜବାବ ରଖୁଛନ୍ତି’ ବୋଲି ରାହୁଲ କହିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣଙ୍କ ଟାର୍ଗେଟ କରି ରାହୁଲ କହିଥିଲେ ଯେ ସେ ଦେଢ଼ ଘଣ୍ଟା ଭାଷଣ ଦେଇଥିଲେ ମଧ୍ୟ ସେଥିରେ କିଛି ନଥିଲା ଏବଂ ଏହା ଅଧିକ ବିଭ୍ରାନ୍ତି ସୃଷ୍ଟି କରିଥିଲା । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ସୁପ୍ରିମ୍ କୋର୍ଟ ଏବେ ତାଙ୍କ ପଦରେ ପୁନଃ ଅବସ୍ଥାପିତ କରିବା ଏକ ବଡ଼ ଘଟଣା ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ରାତି ଅଧରେ ସିବିଆଇ ନିର୍ଦ୍ଦେଶକଙ୍କୁ ହଟାଇବା ପଛରେ ରାଫେଲ ପ୍ରସଙ୍ଗରେ ଯାଞ୍ଚ ଆରମ୍ଭ ହିଁ ମୁଖ୍ୟ କାରଣ ବୋଲି ରାହୁଲ କହିଥିଲେ।
ଶିଳ୍ପପତି ଅନୀଲ ଅମ୍ବାନିଙ୍କୁ ମୋଦୀ ୩୦ ହଜାର କୋଟି ଟଙ୍କା ଦେଇଛନ୍ତି। ଏହା ଲୁଚି ପାରିବ ନାହିଁ ଏବଂ ପ୍ରତ୍ୟେକ ବ୍ୟକ୍ତି ଏ ସଂପର୍କରେ ଜାଣିଗଲେଣି ବୋଲି ରାହୁଲ କହିଥିଲେ। ଜେପିସି ତଦନ୍ତକୁ ସରକାର ପ୍ରତ୍ୟାଖ୍ୟାନ କଲେ ମଧ୍ୟ ଏଥିରୁ ବର୍ତ୍ତିପାରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଜନସାଧାରଣ ମୋଦୀଙ୍କୁ ବିଧାନସଭା ନିର୍ବାଚନରେ କଡ଼ା ଜବାବ ଦେଇଛନ୍ତି । ରାଫେଲ ସଂପର୍କିତ ପ୍ରତ୍ୟେକଟି ସତ୍ୟ ସାମ୍ନାକୁ ଆସିବ ଏବଂ ଏ ବାବଦରେ ତାଙ୍କର ଲଢ଼େଇ ଜାରି ରହିବ ବୋଲି ସେ କହିଥିଲେ।
ଚୌକିଦାର ହିଁ ଚୋର’ ସ୍ଲୋଗାନ ଦେଲେ ରାହୁଲ
/sambad/media/post_attachments/wp-content/uploads/2019/01/Rahul-Gandhi_Congress-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)