ମୋଦିଙ୍କ ଚୌକିଦାର ଅଭିଯାନକୁ ନେଇ ମୁହଁ ଖୋଲିଲେ ଅସଲି ଚୌକିଦାର, କହିଲେ; ବେରୋଜଗାର ଥିବାରୁ ମୁଁ ଚୌକିଦାର ହୋଇଛି

ନୂଆଦିଲ୍ଲୀ : ଗତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ରରେ ମେଁ ଭି ଚୌକିଦାର ହୁଁ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ । ଏହା ପରେ ବିଜେପିର ଏକାଧିକ ନେତା ଟୁଇଟ୍‌ରରେ ନିଜ ନାଁ ଆଗରେ ଚୌକିଦାର ବୋଲି ଲେଖିଥିଲେ । କିଛି ଦିନ ମଧ୍ୟରେ ଚାହୁଁ ଚାହୁଁ ଏହି ଅଭିଯାନ ଲୋକପ୍ରିୟ ହୋଇ ସାରିଥିବା ବେଳେ ଏବେ ଅସଲ ଜୀବନରେ ଚୌକିଦାର ଥିବା ଜିତେନ୍ଦ୍ର ସିଂହ ନିଜର ପ୍ରତିକ୍ରିୟା ରଖିଛନ୍ତି ।

tctmd.com

ତାଙ୍କ କହିବା ଅନୁଯାୟୀ, ଯେତେବେଳେ ମୁଁ ଖବର କାଗଜରେ ଦେଖିଲି କି, ପ୍ରଧାନମନ୍ତ୍ରୀ ମୋଦି ନିଜ ନାଁ ଆଗରେ ଚୌକିଦାର ଲଗାଇଛନ୍ତି । ବହୁତ ଖୁସି ଲାଗିଲା । ନିଜ କାମକୁ ନେଇ ଖୁସି କି ନାହିଁ ପଚରାଯିବା ପରେ, ବେକାର ବସିଥିବାରୁ ମୁଁ ଏହି କାମ କରୁଛି । ନ ହେଲେ ମୁଁ ଏ କାମ କେବେ ହେଲେ କରି ନଥାନ୍ତି । ଆଉ ଯଦି କୌଣସି ଭଲ କାମ ମିଳିଥାନ୍ତା, ତେବେ ମୁଁ ଚୌକିଦାର କେବେ ହୋଇ ନଥାନ୍ତି । କାରଣ ଏହି କାମରେ ଛୁଟି ବୋଲି କିଛି ନାହିଁ । ରାତିରେ ସମସ୍ତଙ୍କ ସୁରକ୍ଷା ପାଇଁ ମୋତେ ଚାହିଁ ରହିବାକୁ ହୁଏ । ଚୌକିଦାର ବୋଲି ଖାଲି କହିଦେଲେ ହେବନି । କାମରେ କରି ଦେଖାଇବାକୁ ହେବ, ଯାହା ମୁଁ କରିବା ପାଇଁ ଚେଷ୍ଟା କରି ଆସୁଛି । ୧୨ଘଣ୍ଟା କାମ କରିବା ପରେ ମଧ୍ୟ ମୋତେ ମାସକୁ ୯ହଜାର ଟଙ୍କା ମିଳୁଛି । ଯଦି କେବେ ଦେହ ଖରାପ ପାଇଁ ମୁଁ ଘରେ ରହିଯାଏ, ସେ ୯ହଜାର ଟଙ୍କାରୁ କିଛି ଟଙ୍କା କାଟି ଦିଆଯାଏ । ଶେଷ ଥର କେବେ ମୁଁ ଛୁଟି ନେଇଥିଲି, ତାହା ମୋର ମନେ ନାହିଁ ବୋଲି କହିଛନ୍ତି ଜିତେନ୍ଦ୍ର ।

ସମ୍ବନ୍ଧିତ ଖବର