ନ୍ୟୁଜିଲାଣ୍ଡ ମସଜିଦ ଗୁଳିକାଣ୍ଡ: ଏମିିତି ଥିଲା ଭୟଆତଙ୍କ କାଳ, ପାଖରୁ ଦିଶିଥିଲା ମୃତ୍ୟୁ!

କ୍ରାଏଷ୍ଟଚର୍ଚ: ନ୍ୟୁଜିଲାଣ୍ଡ ମସଜିଦ ଗୁଳିକାଣ୍ଡ ଘଟଣାରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ଶେଷ ଖବର ସୁଦ୍ଧା ମୃତକଙ୍କ ସଂଖ୍ୟା ୪୯କୁ ବୃଦ୍ଧି ହୋଇଛି। ଅନେକ ଆହତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରଥମେ ଦୁର୍ବୃତ୍ତ ଅଲନୁର ମସଜିଦ ଓ ପରେ ଲିନ୍‌ ବୁଡ ମସଜିଦକୁ ଟାର୍ଗେଟ୍‌ କରି ଆଖିବୁଜା ଗୁଳିମାଡ କରିଥିଲା। ତେବେ ମସଜିଦ୍‌ ଗୁଳିକାଣ୍ଡରେ ଅଳ୍ପକେ ବର୍ତିଯାଇଛି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବାଂଲାଦେଶ କ୍ରିକେଟ୍‌ ଟିମ୍‌। ପଢନ୍ତୁ କିଭଳି ଥିଲା ଭୟଆତଙ୍କର ସେହି କିଛି ସମୟ ଯେଉଁଠି ପାଦେ ପାଦେ ଥିଲା ମୃତ୍ୟୁ।

ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚଚ ସହର। ସ୍ଥାନ – ଅଲ୍‌ ନୁର୍‌ ମସଜିଦ୍‌। ବାଂଲାଦେଶୀ କ୍ରିକେଟ୍‌ ଟିମ୍‌ ନମାଜ୍‌ ପଢୁଥିବା ବେଳେ ହଠାତ ଶୁଭେ ଗୁଳିମାଡ଼ର ଶବ୍ଦ। ମୁହଁରେ କଳା କପଡ଼ା ଓ ହେଲମେଂଟ ଲଗାଇ ଆସିଥିବା ଦୁର୍ବୃତ୍ତ ମସଜିଦକୁ ଟାର୍ଗେଟ୍‌ କରି ଆଖିବୁଜା କରନ୍ତି ଗୁଳିମାଡ଼ କରନ୍ତି। ଆରମ୍ଭ ହୋଇଯାଏ ଧାଁଦଉଡ଼। ନ୍ୟୁଜିଲାଣ୍ଡର ସେନା ପୋଷାକରେ ଆସିଥିବା ଦୁବୃର୍ତ୍ତଙ୍କ ଗୁଳିମାଡ଼ ଜାରି ଥିବା ଭିତରେ ବାଂଲାଦେଶୀ ଖେଳାଳୀ ମସଜିଦରୁ ସୁରକ୍ଷିତ ଭାବେ ବାହାରକୁ ବାହାରିବାରେ ସଫଳ ହୁଅନ୍ତି। ଅଲନୁର ମସଜିଦ ବ୍ୟତୀତ ଲିନଉଡ୍‌ ମସଜିଦରେ ମଧ୍ୟ ଦୁବୃର୍ତ୍ତ ଗୁଳିମାଡ଼ କରିଛନ୍ତି। ଆକ୍ରମଣରେ ୪୫ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତିଯାଇଛନ୍ତି ବାଂଲାଦେଶୀ ଖେଳାଳୀ। ଆକ୍ରମଣକାରୀ ଆତଙ୍କୀ ଜଣେ ଅଷ୍ଟ୍ରେଲୀୟ ନାଗରିକ ବୋଲି ସ୍ପଷ୍ଟ କରିଛି ନ୍ୟୁଜିଲ୍ୟାଣ୍ଡ।

ଗୁଳିକାଣ୍ଡ ଘଟଣାରେ ପୋଲିସ ଆରମ୍ଭ କରିଛି ଗିରଫଦାରୀ। ଅଷ୍ଟ୍ରେଲୀୟ ଆତଙ୍କୀ ସମେତ ୪ଜଣଙ୍କୁ ଗିରଫ କରି ପୁଲିସ ଚଳାଇଛି ଛାନଭିନ। ଏହି ଗୁଳିକାଣ୍ଡ ପରେ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ରଦ୍ଦ ହୋଇଯାଇଛି। ସେପଟେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା କୁହାଯାଉଛି। ନ୍ୟୁଜିଲାଣ୍ଡ ଇତିହାସରେ ଏହା ଏକ କଳାଦିନ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜସିନ୍ଦା ଆର୍ଡନ୍‌। ଗୁଳିକାଣ୍ଡ ଘଟଣାରେ ୪ ଜଣ ଆତତାୟୀକୁ ପୋଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର