୩୬୦୦ କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲାଣ୍ଡ୍ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାର ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମିସେଲ ପ୍ରତ୍ୟର୍ପଣ ଚୁକ୍ତିରେ ଭାରତ ଆସିବା ଅନ୍ୟତମ ଉଲ୍ଲେଖନୀୟ ଘଟଣା। ସିବିଆଇର ମାରାଥନ ଜେରାରେ ଅଗଷ୍ଟା ଚୁକ୍ତି ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି। ମିସେଲ୍ଙ୍କ ରିମାଣ୍ଡ୍ ଶେଷ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜରରେ ରଖାଯାଇଛି। ନଭେମ୍ବର ୪ ରେ ମିସେଲ୍ଙ୍କୁ ଭାରତ ଅଣାଯାଇଥଲା। ଭାରତୀୟ ବାୟୁସେନାର କେତେକ ଅଧିକାରୀଙ୍କୁ ସେ ବିଭିନ୍ନ ବାଟରେ ଉପକୃତ କରାଇଥିବା ଜେରାରୁ ଜଣାପଡ଼ିଛି।
/sambad/media/post_attachments/wp-content/uploads/2018/12/ad-2-300x150.jpg)
ଆଧାର ବୈଧ, ସୁରକ୍ଷିତ
୨୦୧୮ରେ ଆଧାର ନେଇ ସୁପ୍ରିମ୍ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ। ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ଆଧାରକୁ ସାମ୍ବିଧାନିକ ବୈଧ ବୋଲି ରାୟ ଦେବା ସହିତ ଏହା ସୁରକ୍ଷିତ ଏବଂ ଏହାର ନକଲ କରାଯାଇ ପାରିବ ନାହିଁ ବୋଲି ଦର୍ଶାଇଥିଲେ। ଖଣ୍ଡପୀଠ ନିଜ ରାୟରେ ସ୍ପଷ୍ଟ କରି କହିଥିଲେ, ଆୟକର ରିଟର୍ଣ୍ଣ, ପାନ୍ ଏବଂ ସରକାରୀ ସ୍କିମଗୁଡ଼ିକ ପାଇଁ ଆଧାର ଜରୁରୀ ହେବ।
ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ କଟକଣା ହଟିଲା
ସବରିମାଳା ମନ୍ଦିରରେ ସବୁ ବୟସର ମହିଳା ବିନା କୌଣସି କଟକଣାରେ ପ୍ରବେଶ କରିପାରିବେ ବୋଲି ସୁପ୍ରିମ କୋର୍ଟ ରାୟ ୨୦୧୮ର ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ ଥିଲା। ପୂର୍ବରୁ ମନ୍ଦିରରେ ୧୦ ବର୍ଷରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳାଙ୍କ ପ୍ରବେଶ ଉପରେ କଠୋର କଟକଣା ରହିଥିଲା। ବୟସ ନିର୍ବିଶେଷରେ ମହିଳାଙ୍କ ପ୍ରବେଶ ସପକ୍ଷରେ ସୁପ୍ରିମ୍୍ କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ ୪-୧ ବହୁମତରେ ରାୟ ଶୁଣାଇଥିଲେ।
/sambad/media/post_attachments/wp-content/uploads/2018/12/pan-300x166.jpg)
ଟ୍ରେନ୍ ନେଲା ୬୧ ଜୀବନ
୨୦୧୮ରେ ଦଶହରା ପାଇଁ ଦେଶଯାକର ଲୋକ ଖୁସି ମନାଉଥିବା ବେଳେ ପଞ୍ଜାବର ଅମୃତସର ସହର ଲହୁ ଓ ଲୁହରେ ଭିଜିଥିଲା। ଅମୃତସରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଯୋଗୁ ପ୍ରାୟ ୬୧ ଲୋକ ପ୍ରାଣ ହରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/agusta-1.jpg)
/sambad/media/post_attachments/wp-content/uploads/2018/12/abbari-300x169.jpg)