ଅଗଷ୍ଟା ହେଲିକାପ୍ଟର ଦୁର୍ନିତି : ଜେରା ବେଳେ ‘ଶ୍ରୀମତି ଗାନ୍ଧି’ ଓ ‘ଇଟାଲୀୟ ମହିଳାଙ୍କର ପୁଅ’ଙ୍କ ନାଁ ନେଲା ଖ୍ରୀଷ୍ଟିଆନ ମିସେଲ

ନୂଆଦିଲ୍ଲୀ : ଅଗଷ୍ଟା େଓ୍ଵଷ୍ଟାଲାଣ୍ଡ ହେଲିକାପ୍ଟର ଦୁର୍ନୀତି ମାମଲାରେ ତଦନ୍ତ ସଂସ୍ଥାମାନଙ୍କୁ କେତେକ ବଡ଼ ସଫଳତା ମିଳିଛି । ଏହି କାରବାରର ମଧ୍ୟସ୍ଥିି ଥିବା ବ୍ରିଟିଶ ବ୍ୟବସାୟୀ ଖ୍ରୀଷ୍ଟିଆନ ମିସେଲ କେତେକ ବିସ୍ଫୋରକ ସୂଚନା ଦେଇଥିବା ଇଡି ଦିଲ୍ଲୀର ପଟିଆଲା ହାଉସ କୋର୍ଟଙ୍କୁ ଜଣାଇଛି । ମିସେଲ ଶ୍ରୀମତି ଗାନ୍ଧି ଓ ଇଟାଲୀୟ ମହିଳାଙ୍କ ପୁଅ ଯିଏକି ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରେ ବୋଲି ସେ ଜେରାବେଳେ କହିଥିବା ଇଡି କହିଛି । ତେବେ େକେଉଁ ପ୍ରସଙ୍ଗରେ ମିସେଲ ଏସବୁ ନାଁ ନେଇଛି ସେ ସମ୍ପର୍କରେ ବିଶେଷ କିଛି ସୂଚନା ମଳିପାରିନାହିଁ । ଏକଥା ଇଡି ଠାରୁ ଶୁଣିବା ପରେ କୋର୍ଟ ତାକୁ ଆଉ ୭ ଦିନ ପାଇଁ ଇଡି ହାଜତକୁ ପଠାଇଦେଇଛନ୍ତି ।

ଇଡି ଆହୁରି ମଧ୍ୟ ଜାଣିବାକୁ ପାଇଛି ଯେ ଅଗଷ୍ଟା େଓ୍ଵଷ୍ଟାଲାଣ୍ଡ ଡିଲରେ ରାଷ୍ଟ୍ରାୟତ ଉଦ୍ୟୋଗ ହାଲକୁ କାଢି ଟାଟା କମ୍ପାନିକୁ ଦିଆଯାଇଥିଲା । ଅନ୍ୟପକ୍ଷରେ ମିସେଲକୁ ଓକିଲମାଧ୍ୟମରେ ବାହାରୁ ନିର୍ଦ୍ଦେଶ ପ୍ରେରଣ କରାଯାଉଛି ବୋଲି ଇଡି କହିଛି । ଏହାକୁ ଦୃଷ୍ଟିରେ ରଖି ତାକ ନିକଟକୁ ଓକିଲଙ୍କ ଯିବା ଆସିବା ବନ୍ଦ କରିବାକୁ ଇଡି ଆବେଦନ କରିଛି । ଅନ୍ୟପକ୍ଷରେ ବିଜେପି ଚାପରେ ମିସେଲ ଏପରି କଥା କହୁଥିବା କଂଗ୍ରେସ ମୁଖପାତ୍ର ଆରଏସଏନ ସିଂ କହିଛନ୍ତି ।

ସମ୍ବନ୍ଧିତ ଖବର