ଟ୍ରମ୍ପଙ୍କ ବିରୋଧରେ ‘ଚୁମା’ ଅଭିଯୋଗ

ଵାସିଂଟନ,: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ୨୦୧୬ ନିର୍ବାଚନ ପ୍ରଚାରରେ ଯୋଗଦେଇଥିବା ଜଣେ ସହଯୋଗୀ ମହିଳା  ଏକ ସଙ୍ଗିନ ଅଭିଯୋଗ ଆଣି ଆଇନର ଦ୍ବାରସ୍ଥ ହୋଇଛନ୍ତି। ଚାରି ସନ୍ତାନର ଜନନୀ ଆଲଭା ଜନସନ୍ ନାମ୍ନୀ ଏହି ୪୩ ବର୍ଷୀୟ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆମେରିକାର ଟାମ୍ପା
ଠାରେ ନିର୍ବାଚନୀ ପ୍ରଚାର ଚାଲିଥିବା ବେଳେ ହଠାତ୍ ବର୍ଷା ହେବାରୁ ଟ୍ରମ୍ପଙ୍କ ସମେତ ଅନ୍ୟମାନେ ପାଖରେ ଥିବା ଏକ ମନୋରଞ୍ଜନ ଗାଡ଼ି ଭିତରକୁ ଚାଲି ଆସିଥିଲେ। ତେବେ ସେଠାରେ ଆଲଭାଙ୍କୁ ଅତି ନିକଟରେ ପାଇ ଟ୍ରମ୍ପ ଜବରଦସ୍ତ ଚୁମା ଦେଇଥିଲେ। ସେ ପ୍ରତିବାଦ କରିବା ସତ୍ତ୍ବେ ଟ୍ରମ୍ପ ତାଙ୍କ ହାତକୁ ଜାବୁଡ଼ି ଧରିବା ସହ ଅନୁନୟ ହୋଇ ତାଙ୍କର ସମସ୍ବ କଥା ବୁଝିଦେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର