୨୦୧୮ରେ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ମାମଲା : ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘରେ ପୁଣି ପହଞ୍ଚିଲା ସିଆଇଡି ଟିମ୍

ନୂଆଦିଲ୍ଲୀ: ୨୦୧୮ ମସିହାରେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୃତ୍ୟୁ ମାମଲା ଏବେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଅଡୁଆ ବଢାଇଛି । ଆଜି ପୁଣିଥରେ ପଶ୍ଚିମବଙ୍ଗ ସିଆଇଡି ପକ୍ଷରୁ ରାଜ୍ୟ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ଚଢାଉ କରାଯାଇଛି। ଏହା ପୂର୍ବରୁ ବୁଧବାର ଦିନ ବି ସିଆଇଡିର ଏକ ଟିମ୍ ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ପହଞ୍ଚି ଯାଞ୍ଚ କରିଥିଲା । ହେଲେ ସେତେବେଳେ ଶୁଭେନ୍ଦୁ ସେଠାରେ ନଥିଲେ । ସିଆଇଡିର ଟିମ୍ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ତଥା ସାଂସଦ ଦିବ୍ୟନ୍ଦୁ ଅଧିକାରୀଙ୍କ ସହ କଥା ହୋଇ ଫେରିଥିଲେ ।

indiatoday.in

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଏକ ଘର ଭିତରୁ ମିଳିଥିଲା । ସେତେବେଳେ ଏହାକୁ ଆତ୍ମହତ୍ୟା କହି ମାମଲା ରଫା ଦଫା କରାଯାଇଥିଲା । ହେଲେ କିଛିଦିନ ତଳେ ମୃତ ସୁରକ୍ଷାକର୍ମୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ । ଏହାପରେ ପୁଲିସ ଏହି ମାମଲାକୁ ପୁଣି ଥରେ ତଦନ୍ତ ପରିସରଭୂକ୍ତ କରିଥିଲା । ୨୦୧୮ ମସିହା ଅକ୍ଟୋବର ୧୩ ତାରିଖରେ ପୂର୍ବ ମେଦିନାପୁର ଜିଲ୍ଲାର ଏକ ଭଡା ଘରୁ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଶୁଭାବ୍ରତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ କୋଲକତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ତା’ପର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ଶୁଭେନ୍ଦୁ ରାଜ୍ୟ ପରିବହନ ବିଭାଗର ମନ୍ତ୍ରୀ ଥିଲେ ।

ସମ୍ବନ୍ଧିତ ଖବର