ଆତଙ୍କବାଦୀ ଆକ୍ରମଣର ଧମକ ପାଇବା ପରେ ରୂପ ବଦଳାଇ ନିଜ ମା’ଙ୍କୁ ଦେଖା କରିବାକୁ ଯାଉଥିଲେ ସିଆଇଡି ସବ୍‌ଇନ୍ସପେକ୍ଟର, କିନ୍ତୁ…

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଗୁଇନ୍ଦା ବିଭାଗର ଜଣେ ପୁଲିସ ସବ୍‌ ଇନ୍‌ସ୍ପେକ୍ଟରଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିବା ଜଣା ପଡ଼ିଛି । ସବ୍‌ ଇନ୍‌ସ୍ପେକ୍ଟର ଇମ୍‌ତିଆଜ୍‌ ନିଜ ମା’ଙ୍କୁ ଦେଖା କରିବା ପାଇଁ ଆସିଥିବା ବେଳେ ତାଙ୍କ ସହ ଏହି ଅଘଟଣ ଘଟିଥିଲା । ପୂର୍ବରୁ ତାଙ୍କୁ ଏହି ଆକ୍ରମଣ ନେଇ ଚେତାଇ ଦିଆଯାଇଥିଲେ ମଧ୍ୟ ଇମ୍‌ତିଆଜ୍‌ ଏହାକୁ ଅଣଦେଖା କରି ଦେଇଥିଲେ । ମାତା-ପିତାଙ୍କୁ ଦେଖା କରିବା ପାଇଁ ତାଙ୍କର ଥିବା ଇଚ୍ଛା ପାଇଁ ସେ ତାଙ୍କ ଉପରେ ହେବାକୁ ଥିବା ଆକ୍ରମଣ କଥା ଭାବି ନଥିଲେ । ପରିବାର ଲୋକଙ୍କୁ ଦେଖା କରିବା ପାଇଁ ସେ ନିଜ ଲୁକ୍‌କୁ ପରିବର୍ତ୍ତନ କରି ଦେଇଥିଲେ । କିନ୍ତୁ ଆତଙ୍କବାଦୀମାନେ ତାଙ୍କୁ ଚିହ୍ନପାରି ହତ୍ୟା କରିଥିବା ଜଣା ପଡ଼ିଛି ।

oneindia.com

ସୂଚନା ମୁତାବକ, ଆତଙ୍କବାଦୀମାନେ ତାଙ୍କୁ ଚିହ୍ନିପାରିବେ ନାହିଁ ବୋଲି ସେ ନିଜ ଦାଢ଼ି କାଟି ଦେଇଥିଲେ । ଏହା ସହ ଘରକୁ ସେ ନିଜ ଗାଡ଼ିରେ ଯିବେ ବୋଲି ନିଷ୍ପତ୍ତିି ନେଇଥିଲେ । ଘରକୁ ବାହାରିବା ପୂର୍ବରୁ ଏବେ ଆତଙ୍କବାଦୀମାନେ ମୋତେ ଚହ୍ନିପାରିବେ ନାହିଁ ବୋଲି ନିଜ ସହକର୍ମୀମାନଙ୍କୁ କହି ସେ ତାଙ୍କ ଘର ଅଭିମୁଖେ ବାହାରିଥିଲେ ବୋଲି ତାଙ୍କ ମୃତ୍ୟୁ ପରେ ସହକର୍ମୀମାନେ କହିଛନ୍ତି । ଏହା ତାଙ୍କର ବନ୍ଧୁମାନଙ୍କୁ ଶେଷ କଥା ଥିଲା । ଘରକୁ ଯାଉଥିବା ବେଳେ ପୁଲଓ୍ଵାମାଠାରେ ତାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର