ଶସ୍ତା ହୋଇପାରେ ଟିଭି, ବଢିପାରେ ସିଗାରେଟ ମୂଲ୍ୟ

ଆଜି ବସୁଛି ଜିଏସଟି କାଉନସିଲ ବୈଠକ

ନୂଆଦିଲ୍ଲୀ : ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୩୫ ତମ ବୈଠକ ବସିବ । ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ | ବିଶେଷ କରି ଇଲେକ୍ଟ୍ରିକ ବାହନ ଉପରେ ଟ୍ୟାକ୍ସ ୧୨ ପ୍ରତିଶତକୁ କମାଇ ୫ ପ୍ରତିଶତ କରାଯାଇପାରେ | ଯାହାଫଳରେ ଇସ୍କୁଟର ୫ ହଜାର ଟଙ୍କା ଓ ଇ-କାର ୧ ଲକ୍ଷ ଟଙ୍କା ଶସ୍ତା ହୋଇପାରେ | ସେହିପରି ଟିଭି, ଏୟାର କଣ୍ଡିସନର ଓ ଫ୍ରିଜ ଉପରେ ବର୍ତ୍ତମାନ ଥିବା ୧୮ ପ୍ରତିଶତ ଶୁଳ୍କ କୁ କମାଇ ୧୨ ପ୍ରତିଶତ କରାଯାଇପାରେ |

୩୨ ଇଞ୍ଚର ବଡ ଟିଭି ଉପରେ ୨୮ ପ୍ରତିଶତ ଶୁଳ୍କ ଥିବାବେଳେ ପରିବର୍ଦ୍ଧିତ ଭାବରେ ଏହା ୧୮ ପ୍ରତିଶତ ହୋଇପାରେ | ସେହିପରି ସବୁ ପ୍ରକରର ତମ୍ବାଖୁ ଦ୍ରବ୍ୟ ଉପରେ ଟ୍ୟାକ୍ସ ବଢ଼ିଯାଇପାରେ | ଏସବୁ ପଦାର୍ଥ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲଗାଯାଇପାରେ | ନୂଆ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହା ହେବ ପ୍ରଥମ ଜିଏସଟି ବୈଠକ ।

ଏହି ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ମଧ୍ୟରେ ରହିଛି ଜିଏସଟି ଇ-ୱେ ବିଲ ବ୍ୟବସ୍ଥା ସହ ଏନଏଚଏଆଇର ଫାଷ୍ଟ ଟ୍ୟାଗ ବ୍ୟବସ୍ଥାର ସମନ୍ଵୟ, ଆଣ୍ଟିପ୍ରଫିଟରିଂ ଅଥରିଟିର କାର୍ଯ୍ୟକାଳକୁ ଆଉ ୧ ବର୍ଷ ସଂପ୍ରସାରିତ କରିବା, ଆପିଲେଟ ଅଥରିଟି ଫର ଆଡଭାନ୍ସଡ ରୁଲିଂର ଜାତୀୟ ବେଞ୍ଚ ସ୍ଥାପନ ଇତ୍ୟାଦି ।

ସମ୍ବନ୍ଧିତ ଖବର