ଶ୍ରୀନଗର: ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଯୋଗୁଁ ଦିନେ ଯେଉଁ ଜମ୍ମୁ କାଶ୍ମୀରରେ ସବୁଠି ଭୟ ଓ ଆତଙ୍କର ବାତାବରଣ ଦେଖିବାକୁ ମିଳୁଥିଲା ଆଜି ସେଠି ସବୁ କ୍ଷେତ୍ରରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ହ୍ରାସ ଘଟିବା ସହ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍ତର କାଶ୍ମୀରରେ ଦୀର୍ଘ ୩୩ ବର୍ଷ ପରେ ସିନେମା ଫେରିବା ଲୋକଙ୍କ ପାଇଁ ଖୁସିର କାରଣ ପାଲଟିଛି। ଏହି କ୍ରମରେ ଗତକାଲି ବାରାମୁଳାରେ ୧୦୦ ଆସନ ବିଶିଷ୍ଟ ଏକ ମଲ୍ଟିପର୍ପଜ୍ ସିନେମା ହଲ୍କୁ ଉପରାଜ୍ୟପାଳ ମନୋଜ ସିହ୍ନା ଉଦ୍ଘାଟନ କରିଛନ୍ତି। ଏହି ସିନେମାହଲ୍ରେ ପ୍ରଥମ ଚଳଚ୍ଚିତ୍ର ଭାବେ ‘ପଠାନ’ ପ୍ରଦର୍ଶିତ ହୋଇଛି । ସିନେମା ହଲ୍ ଖୋଲିବାକୁ ଯୁବଗୋଷ୍ଠୀ ସମେତ ବିଭିନ୍ନ ବର୍ଗ ସ୍ବାଗତ କରିଛନ୍ତି। ଏହି ସିନେମା ହଲ୍ରେ ଟିକଟ ମୂଲ୍ୟ ୧୫୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି । ଆଗକୁ ଉତ୍ତର ଓ ଦକ୍ଷିଣ କାଶ୍ମୀରରେ ଅଧିକ ସିନେମା ହଲ୍ ଖୋଲିବା ପାଇଁ ଯୋଜନା ରହିଛି।
ବାରାମୁଳାରେ ଖୋଲିଲା ସିନେମାହଲ୍: ଉତ୍ତର କାଶ୍ମୀରରେ ୩୩ ବର୍ଷ ପରେ ଫେରିଲା ସିନେମା
/sambad/media/post_attachments/wp-content/uploads/2023/07/56sf4h654h56fhsfhssfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)