କରୋନା ଚିକିତ୍ସା ପାଇଁ ଭାରତକୁ ଆସିଲା ‘ଆଂଟିବଡି କକ୍ଟେଲ୍’: ଗୋଟିଏ ଡୋଜର ଦାମ ୫୯,୭୫୦ ଟଙ୍କା

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଭାରତକୁ ଆସିଲା ଆଉ ଏକ ଔଷଧ | ରୋଶ କମ୍ପାନି ପ୍ରସ୍ତୁତ କରିଥିବା ଔଷଧ ଆଂଟିବଡି କକଟେଲ୍ ଗତବର୍ଷ ବେଶ ଚର୍ଚ୍ଚାରେ ରହିଥିବା ବେଳେ ଏବେ ତାହା ଭାରତକୁ ଆସିଛି । ଗତ ଅକ୍ଟୋବର ମାସରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଆଂଟିବଡି କକଟେଲ୍ ଔଷଧ ଦିଆଯାଇଥିଲା । ଏହା ପରେ ଏହି ଆଂଟିବଡି କକ୍ଟେଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା ।

BioSpectrum India

ଏବେ ଭାରତରେ ଏହାର ବିକ୍ରି ଆରମ୍ଭ କରାଯାଇଥିବା ନେଇ ରୋଶ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଏହାର ମାର୍କେଟିଂ ଦାୟିତ୍ୱ ନେଇଛି ସିପଲା ଫାର୍ମା କମ୍ପାନି । ଔଷଧର ପ୍ରଥମ ବ୍ୟାଚ ଆସି ସାରିଥିବା ବେଳେ ଦ୍ଵିତୀୟ ବ୍ୟାଚ ଜୁନ ମଧ୍ୟ ଭାଗରେ ଆସିବ ବୋଲି ଜଣାପଡିଛି | ଦେଶରେ କରୋନା ରୋଗୀଙ୍କୁ ଦିଆଯାଉଥିବା ଟିକାର ଅଭାବ ଦେଖାଦେଉଥିବା ବେଳେ ଭାରତୀୟ ବଜାରକୁ ଆଂଟିବଡି କକଟେଲ୍ ଆସିବା ଏକ ନୂଆ ଆଶା ଆଣି ଦେଇଛି |

Roche's COVID-19 Antibody Cocktail Receives Emergency Use Authorisation, Cipla To Distribute The Drug
Moneycontrol

ଏଥିରେ ରହିଛି କାସିରିଭିମାବ୍–୬୦୦ଏମଜି ଏବଂ ଇମ୍ଡେଭିମାବ୍-୬୦୦ଏମଜି | ପ୍ରତି କରୋନା ରୋଗୀଙ୍କୁ ଏହାର ୧୨୦୦ଏମଜି ମିଶ୍ରିତ ଡୋଜ୍ ଦିଆଯିବ ବୋଲି ଜଣାପଡିଛି | ଏହାର ଗୋଟିଏ ଡୋଜର ଦାମ ରହିଛି ୫୯,୭୫୦ ଟଙ୍କା | ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା କରୋନା ରୋଗୀଙ୍କ ପାଇଁ ମହୌଷଧି ଭଳି କାର୍ଯ୍ୟ କରିବ | ଏହି ଔଷଧ ଖାଇବା ପରେ ମାତ୍ର ୪ ଦିନରେ କରୋନାର ଲକ୍ଷଣ ଦୂର ହେବ ବୋଲି କମ୍ପାନି ଦାବି କରିଛି | ଏହା ସହ ୭୦ ପ୍ରତିଶତ ମୃତ୍ୟୁକୁ ଏହି ଔଷଧ ରୋକିପାରିବ ବୋଲି କୁହାଯାଇଛି | ଇଂଜେକ୍ସନ୍ ଆକାରରେ ଏହି ଔଷଧ ଦିଆଯିବା ସହ ୨ ଡିଗ୍ରୀରୁ ୮ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଏହାକୁ ସାଇତି ରଖିହେବ |

ସମ୍ବନ୍ଧିତ ଖବର