ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଔଷଧ ନିର୍ମାଣକାରୀ କମ୍ପାନି ସିପ୍ଲା ଦେଶରେ କରୋନା ମହାମାରୀର ବୃଦ୍ଧିକୁ ଦୃଷ୍ଟିରେ ରଖି ୟୁବାୟୋ ବାୟୋଟେକ୍ନୋଲୋଜି ସିଷ୍ଟମ୍ ପ୍ରାଇଭେଟ୍ ଲିମିଟେଡ୍ ସହ ମିଶି କରୋନା ଟେଷ୍ଟ୍ କିଟ୍ ଭିରାଜେନ୍ ନିର୍ମାଣ କରିବାକୁ ଯାଉଛି ବୋଲି ଘୋଷଣା କରିଛି।
ପୂର୍ବରୁ ସିପ୍ଲା ଆଣ୍ଟିବଡି ଡିଟେକ୍ସନ କିଟ୍ ଏବଂ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ନିର୍ମାଣ କରିସାରିଛି। ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ(ଆଇସିଏମ୍ଆର୍) ଦ୍ବାରା ଅନୁମଦିତ ଏହି ଭିରାଜେନ୍ ଟେଷ୍ଟ୍ କିଟ୍ ହେଉଛି ରିୟଲ୍ ଟାଇମ୍ ଟେଷ୍ଟ୍ କିଟ୍। ଏଥିରେ ମଲ୍ଟିପ୍ଲେକ୍ସ ପିସିଆର୍ ଟେକ୍ନୋଲୋଜି ବ୍ୟବହୃତ ହୋଇଛି।
ଏ ନେଇ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହି ଟେଷ୍ଟ୍ କିଟ୍ ଗୁଣାତ୍ମକ ଚିହ୍ନଟ ପାଇଁ ବ୍ୟବହୃତ ହେବ। ୟୁବାୟୋ ବାୟୋଟେକ୍ନୋଲୋଜି ସିଷ୍ଟମ୍ ଦ୍ବାରା ନନିର୍ମିତ ଏହି କିଟ୍ ସିପ୍ଲା ଦ୍ବାରା ବିତରଣ କରାଯିବ।
କରୋନା ମହାମାରୀ ସହ ଚାଲିଥିବା ଲଢ଼େଇରେ ସିପ୍ଲା ସଜାଗ ରହି ତା’ର ଯୁଦ୍ଧ ଜାରି ରଖିଛି। ‘ଜୀବନର ଯତ୍ନ ନେବା’ ମିସନ୍ରେ ଆମେ ତିଆରିବାକୁ ଯାଉଥିବା ଏହି ଟେଷ୍ଟ୍ କିଟ୍ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଦେଶର ଅଧିକ ଲୋକଙ୍କ ନିକଟରେ ଆମକୁ ପହଞ୍ଚିବାରେ ସକ୍ଷମ କରାଇବ ବୋଲି ସିପ୍ଲାର ପରିଚାଳନା ନିର୍ଦ୍ଦେଶକ ତଥା ଗ୍ଲୋବାଲ୍ ସିଇଓ ଏକ ବିବୃତ୍ତିରେ କହିଛନ୍ତି।