କରୋନା ଚିକିତ୍ସା ପାଇଁ ବଜାରକୁ ଆସିବ ସିପ୍ଲାର ଆଣ୍ଟିଭାଇରାଲ୍ ଔଷଧ ‘ସିପ୍ରେମି’

ନୂଆଦିଲ୍ଲୀ: ସିପ୍ଲା ଲିମିଟେଡ଼ କୋଭିଡ-୧୯ ରୋଗୀଙ୍କ ଚିକିତ୍ସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଆଣ୍ଟିଭାଇରାଲ ଔଷଧ ରେମଦେଶିବିରର ଜେନେରିକ ଭର୍ଜନ ଲଞ୍ଚ କରିବା ପାଇଁ ଘୋଷଣା କରିଛି। ଏହି ନୂତନ ଔଷଧ ‘ସିପ୍ରେମି’ ବ୍ରାଣ୍ଡ ନାମରେ ବଜାରରେ ବିକ୍ରି ହେବ | ତେବେ ବଜାରରେ ଏହାର ମୂଲ୍ୟ କେତେ ରହିବ ସେ ବିଷୟରେ ସିପ୍ଲା ପକ୍ଷରୁ କୌଣସି ପ୍ରକାରର ଘୋଷଣା କରାଯାଇନାହିଁ |

ବିପଦ ପରିଚାଳନା ଯୋଜନାର ଏକ ଅଂଶ ଭାବରେ ସିପଲା ଔଷଧର ବ୍ୟବହାର ଉପରେ ତାଲିମ ପ୍ରଦାନ କରିବ, ରୋଗୀଙ୍କୁ ସମ୍ମତି ଦଲିଲ ପାଇଁ ସୂଚନା ଦେବ, ପୋଷ୍ଟ ମାର୍କେଟିଂ ନୀରିକ୍ଷଣ କରିବା ସହିତ ଭାରତୀୟ ରୋଗୀଙ୍କ ଉପରେ ଏକ ଫେଜ-୪ କ୍ଲିନିକାଲ୍ ପରୀକ୍ଷା ମଧ୍ୟ କାରାଯିବ ବୋଲି କମ୍ପାନୀ କହିଛି। ଭାରତରେ ରୋଗୀମାନଙ୍କ ପାଇଁ ରେମଦେଶିବିର ଆଣିବା ପାଇଁ ସିପଲା ଗିଲିଡ୍ ସହିତ ଶକ୍ତିଶାଳୀ ସହଭାଗିତାକୁ ପ୍ରଶଂସା କରୁଛି | କୋଭିଡ -୧୯ ମହାମାରୀ ଦ୍ୱାରା ପ୍ରଭାବିତ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଆମେ ସମସ୍ତ ସମ୍ଭାବ୍ୟ ଉପାୟ ଅନୁସନ୍ଧାନ କରିଛୁ ଏବଂ ଏହି ଉନ୍ମୋଚନ ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଏମଡି ଏବଂ ଗ୍ଲୋବାଲ ସିଇଓ ଉମାଙ୍ଗ ଭୋହରା କହିଛନ୍ତି।

ଦେଶରେ କୋଭିଡ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ପୂର୍ବରୁ ଗ୍ଲେନମାର୍କ କମ୍ପାନି ‘ଫେବିଫ୍ଲୁ’ ଏବଂ ହେଟେରୋ କମ୍ପାନି ‘କୋଭିଫୋର’ ବଜାରକୁ ଆଣିବା ପାଇଁ ଘୋଷଣା କରି ସାରିଥିବା ବେଳେ ଏବେ ସିପ୍ଲାର ଆଣ୍ଟିଭାଇରାଲ ଔଷଧ ‘ସିପ୍ରେମି’ ବଜାରକୁ ଆସିବା ସହ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯିବ |

Glenmark's Covid-19 drug to nod to Hetero and Cipla for remdesivir ...
Hindustan Times

ସୂଚନା ମୁତାବକ, ଜୁନ ୨୧ରେ କୋଭିଡ-୧୯ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ଏହାର ଚିକିତ୍ସା ପାଇଁ ଆଣ୍ଟିଭାଇରାଲ ଔଷଧ ଫେବିପିରାଭିର୍‌କୁ ଫେବିଫ୍ଲୁ ବ୍ରାଣ୍ଡ୍‌ ନାମରେ ବଜାରକୁ ଛାଡ଼ିବା ପାଇଁ ଗ୍ଲେନ୍‌ମାର୍କ ଫାର୍ମାସ୍ୟୁଟିକଲ୍ସ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏ ସଂପର୍କରେ କମ୍ପାନି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯିବ ସହ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିଜିସିଆଇ) ଏହି ଔଷଧର ମାର୍କେଟଂ ପାଇଁ ଅନୁମତି ପ୍ରଦାନ କରିଥିଲା। କୋଭିଡ ୧୯ର ମୁକାବିଲା ପାଇଁ ଗ୍ଲେନ୍‌ମାର୍କର ଏହି ଔଷଧ ଖୁବ୍‌ଶୀଘ୍ର ସମସ୍ତ ମେଡିସିନ୍‌ ‌ଷ୍ଟୋର୍‌ରେ ଉପଲବ୍ଧ ହେବ ବୋଲି ଜଣା ପଡିଥିଲା। କରୋନାରେ ଯେଉଁମାନେ କମ୍‌ ସଂକ୍ରମିତ ହୋଇଥିବେ ସେମାନଙ୍କ କ୍ଷେତ୍ରରେ ଏହି ଔଷଧ ଭଲ ଫଳ ଦେବ। ଦେଶବ୍ୟାପୀ ଏହି ଔଷଧ ଅତି ସହଜରେ ମିଳିବ ଏବଂ ଡାକ୍ତରଙ୍କ ପରାମର୍ଶକ୍ରମେ ଏହି ଔଷଧ ସେବନ କରିବାକୁ ହେବ। ଗୋଟିଏ ଟ୍ୟାବ୍‌ଲେଟ୍‌ର ଦାମ ୧୦୩ ଟଙ୍କା ରଖାଯାଇଥିବା ବେଳେ ପ୍ରଥମ ଦିନ ୧୮୦୦ ଏମ୍‌ଜିର ଦୁଇଟି ଟ୍ୟାବ୍‌ଲେଟ ଏବଂ ଏହାପରେ ୧୪ ଦିନ ପାଇଁ ୮୦୦ ଏମ୍‌ଜିର ଦୁଇଟି ଟ୍ୟାବ୍‌ଲେଟ ନେବାକୁ ହେବ।

ସମ୍ବନ୍ଧିତ ଖବର