ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ସାହିବାବାଦରେ ସମ୍ବଲପୁରର ଓଡ଼ିଆ ଯବାନ ସାଜିଲେ ରକ୍ଷାକର୍ତ୍ତା। ଛାତରୁ ଖସି ପଡିଥିବା ନବମ ଶ୍ରେଣୀ ଛାତ୍ରଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସମ୍ବଲପୁରର ସିଆଇଏସ୍ଏଫ୍ ଯବାନ ସୁଶୀଲ ଭୋଇ। ତାଙ୍କର ଏହି ଦୁଃସାହସିକ କାର୍ଯ୍ୟକୁ ଉତ୍ତର ପ୍ରଦେଶରେ ଉଚ୍ଚପ୍ରଶଂସା କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଉତ୍ତର ପ୍ରଦେଶର ସାହିବାବାଦ ଇନ୍ଦିରାପୂରମ ସିପ୍ରା ସନସିଟି ଆପାର୍ଟମେଣ୍ଟ୍ ଉପରେ ୧୪ ବର୍ଷୀୟ ଆଶିଷ ନିଜ ସାଙ୍ଗମାନଙ୍କ ସହ ଛାତରେ ଖେଳୁଥିଲେ। ଏହି ସମୟରେ ହଠାତ ମାଙ୍କଡ଼ପଲ ଆକ୍ରମଣ କରିବାରୁ ପ୍ରାଣ ବିକଳରେ ଆଶିଷ ଛାତ ଉପରୁ ତଳକୁ ଡେଇଁପଡ଼ିଲେ। ତେବେ ଆଶିଷ ଖସିପଡ଼ିଥିବା ସ୍ଥାନ କୋଠାର ସଫ୍ଟ ଏରିଆରେ ହୋଇଥିବାରୁ କେହି ଯିବାକୁ ସାହସ କରନ୍ତି ନାହିଁ। କିନ୍ତୁ ସମ୍ବଲପୁରର ସିଆଇଏସଏଫ୍ ଯବାନ ସୁଶୀଲ ଭୋଇ ସାହସର ସହ ତଳକୁ ଓହ୍ଲାଇ ଆଶିଷକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ନିଶ୍ଚିତ ମୃତ୍ୟୁମୁଖରୁ ଆଶିଷକୁ ବଞ୍ଚାଇଥିବାରୁ ସୁଶୀଲଙ୍କ ସାହସିକତାକୁ ଉଚ୍ଚ ପ୍ରଶଂସା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/cisf.jpg)