ସାମରିକ ଉପକରଣ ପରିବହନ କରୁଥିବା ଗାଡ଼ିକୁ ଓଭରଟେକ୍‌ କରିବାରୁ ବସ୍‌ ଡ୍ରାଇଭରଙ୍କୁ ମାଡ଼ ମାରିଲେ ସିଆଇଏସ୍‌ଏଫ୍‌ ଯବାନ

ବେଙ୍ଗାଲୁରୁ: କର୍ଣ୍ଣାଟକର ହୋସୁର ରାଜପଥରେ ସୋମବାର ଦିନ ସାମରିକ ଉପକରଣ ପରିବହନ କରୁଥିବା ସୁରକ୍ଷା ଗାଡ଼ିକୁ କର୍ଣ୍ଣାଟକ ପରିବହନ ବିଭାଗର ଏକ ଯାତ୍ରୀବାହୀ ବସ୍‌ ଓଭରଟେକ୍‌ କରିବା ପରେ ଜଣେ ସିଆଇଏସ୍‌ଏଫ୍‌ (ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ) ଯବାନ ସଂପୃକ୍ତ ବସ୍‌ର ଡ୍ରାଇଭରଙ୍କୁ ଚାପୁଡ଼ା ମାରିଛନ୍ତି।
ସଡ଼କ ପଥରେ ସେନା ସାମଗ୍ରୀର ପରିବହନ ଚାଲିଥିବା ସମୟରେ ସିଆଇଏସଏଫ୍‌ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉଥିବା ବେଳେ କୃଷ୍ଣଗିରିରେ ଏହି ଘଟଣା ଘଟିଥିଲା।

ଦ୍ରୁତ ଗତିରେ ଯାଉଥିବା ଏକ ସରକାରୀ,ବସ୍‌ ଏହି ଗାଡ଼ିକୁ ସେନା ଗାଡ଼ିକୁ ଜବରଦସ୍ତି ଅତିକ୍ରମ କରିଥିଲା। ଏହାପରେ ସିଆଇଏସଏଫ ଗାଡି ସଂପୃକ୍ତ ବସକୁ ଅଟକାଇଥିଲା ଏବଂ ଜଣେ ସୁରକ୍ଷାକର୍ମୀ ଥାମିଝାରାସୁ ନାମକ ବସ୍‌ ଡ୍ରାଇଭରଙ୍କୁ ଏହି କାରଣ ପାଇଁ ଏକ ଚାପୁଡ଼ା ମାରିଥିଲେ ଏବଂ ପ୍ରଚଳିତ ଥିବା ନିୟମ ବାବଦରେ ବୁଝାଇଥିଲେ।
ତେବେ, କିଛି ଗ୍ରାମବାସୀ ଓ ଅନ୍ୟ ବସ୍‌ ଡ୍ରାଇଭରମାନେ ସଶସ୍ତ୍ର ଯବାନଙ୍କୁ ଏଥିପାଇଁ କ୍ଷମା ମାଗିବାକୁ ଦାବି କରିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପରେ ଘଟଣା ସଂପର୍କରେ ଖବର ପାଇ ଗୁରୁବାରପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ବସ୍‌ ଡ୍ରାଇଭରଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫ ସବ୍‌ ଇନ୍‌ସପେକ୍ଟର ପ୍ରତାପ କ୍ଷମା ମାଗିବା ପରେ ସେନା ଗାଡ଼ିକୁ ଯିବାକୁ ଅନୁମତି ମିଳିଥିଲା।

ସମ୍ବନ୍ଧିତ ଖବର