ଦିଲ୍ଲୀ ମେଟ୍ରୋ ଯାତ୍ରୀଙ୍କୁ ୧.୨୨ଲକ୍ଷ ଟଙ୍କା ଥିବା ବ୍ୟାଗ୍‌ ଫେରାଇଲେ ସିଆଇଏସ୍‌ଏଫ୍‌ ଯବାନ

ନୂଆଦିଲ୍ଲୀ : ଦିଲ୍ଲୀର ମେଟ୍ରୋ ଷ୍ଟେସନରେ ମୁତୟନ ଥିବା ଜଣେ ସିଆଇଏସ୍‌ଏଫ୍‌ ଯବାନ ଯାହା କରିଛନ୍ତି, ତାକୁ ନେଇ ଏବେ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି । ମେଟ୍ରୋରେ ଯାତ୍ରା କରୁଥିବା ଜଣେ ଯୁବକ ନିଜ ସହ ୧.୨୨ଲକ୍ଷ ଟଙ୍କା ଭର୍ତ୍ତି ଥିବା ବ୍ୟାଗ୍‌ ନେଇ ଯାଉଥିବା ବେଳେ ଭୁଲବଶତଃ ନିଜ ବ୍ୟାଗ୍‌ ଭୁଲି ଯାଇଥିଲେ । ଏହାକୁ ଦେଖିବା ପରେ ଯୁବକଙ୍କୁ ଖୋଜି ତାଙ୍କ ବ୍ୟାଗ୍‌ ଫେରାଇଛନ୍ତି ସିଆଇଏସ୍‌ଏଫ୍‌ ଯବାନ ।

Image result for cisf-returns-lost-bag-with-rs-1-22-lakh-in-cash-to-delhi-metro-passenger
YThisNews

ଗୁରୁ ତେଜ୍‌ ବାହାଦୂର ନଗର ମେଟ୍ରୋ ଷ୍ଟେସନରେ ମୁତୟନ ଥିବା ସିଆଇଏସ୍‌ଏଫ୍‌ ଯବାନଙ୍କ ଅନୁଯାୟୀ, ସଂନ୍ଧ୍ୟା ୫ଟା ୩୦ମିନିଟ୍‌ରେ ଏକ ବଡ଼ ବ୍ୟାଗ୍‌ ମଟ୍ରୋ ଷ୍ଟେସନ ବାହାରେ ପଡ଼ିଥିବାର ଦେଖିଲି । ଏହା ପରେ ମୁଁ ମୋର ସିଫ୍ଟ ଇନ୍‌ଚାର୍ଜଙ୍କୁ ଏ ବିଷୟରେ ଜଣାଇଥିଲି । ମୋ କଥା ଶୁଣି ସେ ଘଟଣାସ୍ଥଳରେ ପହଞ୍ଚିବା ସହ ଯାତ୍ରୀମାନଙ୍କୁ ବ୍ୟାଗ୍‌ ବିଷୟରେ ପଚାରିବାରେ ଲାଗିଥିଲେ । କେହି ଯାତ୍ରୀ ବ୍ୟାଗ୍‌ ନେବାକୁ ନ ଆସିବାରୁ ସିଆଇଏସ୍‌ଏଫ୍‌ ଯବାନ ବ୍ୟାଗ୍‌ ଚେକ୍‌ କରିଥିଲେ । ଚେକ୍‌ କରିବା ପରେ ଭିତରେ ୧.୨୨ଲକ୍ଷ ଟଙ୍କା ଥିବା ଦେଖିବାକୁ ପାଇଥିଲେ । କେହି ବ୍ୟାଗ୍‌ ସନ୍ଧାନରେ ନ ଆସିବାରୁ ବ୍ୟାଗ୍‌ ଟି ଷ୍ଟେସନ କଣ୍ଟ୍ରୋଲରଙ୍କୁ ଦିଆଯାଇଥିଲା । କିଛି ସମୟ ପରେ ନଫିଜ୍‌ ନାମକ ଜଣେ ଯୁବକ ମେଟ୍ରୋ ଷ୍ଟେସନକୁ ଆସି ନିଜ ବ୍ୟାଗ୍‌ ଖୋଜିବାରେ ଲାଗି ପଡ଼ିଥିଲେ । ଏହା ଦେଖି ମୁଁ ତାଙ୍କୁ ଷ୍ଟେସନ କଣ୍ଟ୍ରୋଲରଙ୍କ ପାଖକୁ ନେଇଥିଲି । ସେଠାରେ ଯାଞ୍ଚ କରାଯିବା ପରେ ନଫିଜ୍‌ଙ୍କୁ ତାଙ୍କ ବ୍ୟାଗ୍‌ ଫେରାଇ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର