ନୂଆଦିଲ୍ଲୀ : ଏବେ ବିମାନବନ୍ଦରରେ ଯାତ୍ରୀମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍ଏଫ୍ କର୍ମଚାରୀ ଯାତ୍ରୀମାନଙ୍କ ସହ କଥା ହେବା ସମୟରେ ହସି ପାରିବେ ନାହିଁ । ଏ ନେଇ ସବୁ ସିଆଇଏସ୍ଏଫ୍ କର୍ମଚାରୀମାନଙ୍କୁ ଜଣାଇ ଦିଆଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଡ୍ୟୁଟିରେ ଥିବା ସମୟରେ କର୍ମଚାରୀମାନେ ଏହି ଆଦେଶର ପାଳନ କରିବେ । ଯାତ୍ରୀମାନଙ୍କ ସହ ଅଧିକ ବନ୍ଧୁତା ନ କରିବା ସହିତ ନିଜ କାମ ଉପରେ ଅଧିକ ଧ୍ୟାନ ଦେବା ଉଦ୍ଦେଶ୍ୟରେ ଏହି ନିୟମ କରାଯାଇଥିବା ରିପୋର୍ଟରୁ ସୂଚନା ମିଳିଛି । ବେଳେ ବେଳେ ସିଆଇଏସ୍ଏଫ୍ କର୍ମଚାରୀମାନେ ଯାତ୍ରୀମାନଙ୍କ ସହ ଅଧିକ ମେଳାପୀ ହୋଇ ନିଜ କାମ ଠିକ୍ ଭାବରେ କରି ପାରନ୍ତି ନାହିଁ । ଯାତ୍ରୀମାନଙ୍କୁ ହସି ସ୍ୱାଗତ କରିବା ସହ ସେମାନଙ୍କ ସୁରକ୍ଷା ମଧ୍ୟ ସେତିକି ଜରୁରୀ ବୋଲି ଏହି ନିୟମ ତିଆରି କରାଯାଇଛି ।
/sambad/media/post_attachments/wp-content/uploads/2018/10/main-qimg-5df1e8d24489846d6beba57da6ac4911-300x125.png)
ସିଆଇଏସ୍ଏଫ୍ର ମହାନିର୍ଦ୍ଦେଶକ ରାଜେଶ ରଞ୍ଜନଙ୍କ କହିବା ଅନୁଯାୟୀ, ଆମେ ଯାତ୍ରୀମାନଙ୍କ ସହ ଅଧିକ ଅନୁକୂଳ ଆଚରଣ ଦେଖାଇ ପାରିବୁ ନାହିଁ ବା ହସି ହସି କଥା ହୋଇ ପାରିବୁ ନାହିଁ । ପୂର୍ବରୁ ଏଭଳି ଭୁଲ ପାଇଁ ୨୦୦୧ରେ ଆମେରିକାର ଟ୍ଵିନ୍ ଟାଓ୍ଵରରେ ଆତଙ୍କବାଦୀମାନେ ସହଜରେ ଆକ୍ରମଣ କରି ପାରିଥିଲେ । କାରଣ ସିଆଇଏସ୍ଏଫ୍ କର୍ମଚାରୀମାନେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ନ ଥିବାରୁ ଏପରି ଘଟିଥିଲା । ସେଥିପାଇଁ ଆବଶ୍ୟକତା ଅନୁଯାୟୀ ଯାତ୍ରୀମାନଙ୍କ ସହ ମିଶି ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ରଜେଶ ରଞ୍ଜନ । ଏହି ନୂଆ ନିୟମ ଲାଗୁ ହେବା ପୂର୍ବରୁ ସବୁ ସିଆଇଏସ୍ଏଫ୍ କର୍ମଚାରୀଙ୍କୁ ଅନ୍ତଃରାଷ୍ଟ୍ରୀୟ ସ୍ତରର ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ ବୋଲି ରଜେଶ କହିଛନ୍ତି ।