ଏକେ ୪୭ ଗୁଳି ସମ୍ଭାଳିବା ଭଳି ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ ଚାହୁଁଛି ସିଆଇଏସ୍‌ଏଫ୍‌

ନୂଆଦିଲ୍ଲୀ: ଦେଶର ବିମାନ ବନ୍ଦର ପହରା ଦେଉଥିବା ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସର କର୍ମଚାରୀମାନେ ପିନ୍ଧୁଥିବା ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ଗୁଡ଼ିକୁ ବଦଳାଇବାକୁ ଚାହୁଁଛି। ଏହି ଜ୍ୟାକେଟ୍‌ଗୁଡ଼ିକ ଆତଙ୍କବାଦୀମାନଙ୍କ ପସନ୍ଦର ଅସ୍ତ୍ର ଏକେ ୪୭ ଆସଲ୍‌ଟ୍‌ ରାଇଫଲ୍‌ରୁ ନିର୍ଗତ ଗୁଳି ଓ ଖୁବ୍‌ ନିକଟରୁ ମରାଯାଉଥିବା ଗୁଳି ଚୋଟକୁ ସମ୍ଭାଳିବାକୁ ଅସମର୍ଥ।

୨୫୦୦୦ କର୍ମଚାରୀ ଥିବା ଏହି ବଳ ଦେଶରେ ଚାଲିଥିବା ୬୦ ରୁ ୯୮ ବିମାନ ବନ୍ଦରରେ ପହରା ଦେଉଛନ୍ତି। ଗତ ମାସରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଏ ବିଷୟରେ ଅବଗତ କରାଯାଇଛି ବୋଲି ଜଣେ ବରିଷ୍ଠ ସିଆଇଏସ୍‌ଏଫ୍‌ ଅଧିକାରୀ କରିଛନ୍ତି।

ସିଆଇଏସ୍‌ଏଫ୍‌ ନିକଟରେ ୧୦୦୦ଟି ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ ଅଛି ଆଉ ୧୫୦୦ ନୂଆ କିଣିବାକୁ ଚାହୁଁଛି।

ସିଆଇଏସ୍‌ଏଫ୍‌ କର୍ମଚାରୀମାନେ ବ୍ୟବହାର କରୁଥିବା ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ ସବୁ ୨୦୧୧ରେ ଖରିଦ କରାଯାଇଥିଲା। ଯଦି ନିକଟରୁ ଗୁଳି ମରାଯାଏ ତେବେ ତାହା ସେ ଜ୍ୟାକେଟ୍‌ ଭେଦ କରି ବ୍ୟକ୍ତିଙ୍କୁ ଆହତ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର