ମୋଦୀ ନାଗରିକତା ବିଲ୍‌ରେ ସଂଶୋଧନ ଆଣିବା କଥା କହୁଥିବା ଶୁଣି ଆତ୍ମହତ୍ୟା ଧମକ ଦେଲେ ବିଜେପି ପ୍ରାର୍ଥୀ

ମୋଦୀଙ୍କ ଆଗରେ ମରିଯିବି, କିନ୍ତୁ ଏପରି ହେବାକୁ ଦେବି ନାହିଁ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ଇସ୍ତାହାର ଜାରି କରିଥିବା ବେଳେ ଏବେ ବିଜେପି ଜାରି କରିଥିବା ଇସ୍ତାହାରକୁ ନେଇ ବିବାଦ ଆରମ୍ଭ ହୋଇଛି । ବିବାଦ କୌଣସି ବିପକ୍ଷ ଦଳ ପକ୍ଷରୁ ନୁହେଁ ବରଂ ବିଜେପିର ହିଁ ଜଣେ ପ୍ରାର୍ଥୀ କରିଥିବା ସାମ୍ନାକୁ ଆସିଛି । ମେଘାଳୟର ସିଲଂ ଲୋକସଭା ଆସନରୁ ବିଜେପି ଟିକେଟ ପାଇ ନିର୍ବାଚନ ଲଢ଼ୁଥିବା ସମ୍‌ବୋରା ଶୁଲୋଇ ବିଜେପି ଇସ୍ତାହାରକୁ ବିରୋଧ କରିଥିବା ଜଣାପଡ଼ିଛି ।

The Asian Age

ସୂଚନା ମୁତାବକ, ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ଆସାମର ବରାକ୍‌ ଘାଟିରେ ଭାଷଣ ଦେଇ ନାଗରିକତା ସଂଶୋଧନ ବିଧେୟକ ୨୦୧୬ରେ ପରିବର୍ତ୍ତନ ଆଣିବା କଥା କହିଥିଲେ । ମୋଦୀଜୀଙ୍କ ଏଭଳି ବୟାନ ପରେ ଗୁରୁବାର ଏକ ସାକ୍ଷାତକାର ଦେଇ ସମ୍‌ବୋରା ଏହାକୁ ବିରୋଧ କରିଥିଲେ । ତାଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କୁ ମୁଁ ଏପରି କରିବାକୁ ଦେବି ନାହିଁ । ଯଦି ନାଗରିକତା ବିଲ୍‌ରେ କୌଣସି ସଂଶୋଧନ କରାଯାଏ, ତେବେ ମୁଁ ଆତ୍ମହତ୍ୟ କରିବି । ମୋଦୀଜୀଙ୍କ ଆଗରେ ମରିଯିବି । କିନ୍ତୁ ଏଭଳି ହେବାକୁ ଦେବି ନାହିଁ ବୋଲି କହିଥିଲେ ସମ୍‌ବୋରା ।

ସମ୍ବନ୍ଧିତ ଖବର