ନୂଆଦିଲ୍ଲୀ: ନାଗରିକତା(ସଂଶୋଧନ)ବିଲ୍ ସୋମବାର ଲୋକସଭାରେ ଉପସ୍ଥାପିତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା ଏହି ବିଲ୍ ଉପସ୍ଥାପନ ସପକ୍ଷରେ ୨୯୩ଟି ଭୋଟ ମିଳିଥିବା ବେଳେ ବିରୋଧରେ ୮୨ଟି ଭୋଟ ପଡ଼ିଛି। ଫଳରେ ବହୁଚର୍ଚ୍ଚିତ ନାଗରିକତା (ସଂଶୋଧନ) ବିଲ୍ ପ୍ରଥମ ପାହାଚ ଅତିକ୍ରମ କରିଛି। ବିରୋଧି ଦଳଙ୍କର ପ୍ରବଳ ପ୍ରତିରୋଧ ସତ୍ତ୍ବେ ବିଲ୍ ଆଗତ ହୋଇଛି।
ଏହି ବିଲ୍ ଦେଶର ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସ୍ବାର୍ଥ ବିରୋଧି ବୋଲି କଂଗ୍ରେସ କରିଥିବା ଅଭିଯୋଗକୁ ଲୋକସଭାରେ ଖଣ୍ଡନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି, ଏହି ବିଲ୍ ୦.୦୦୧ପ୍ରତିଶତ ବି ଦେଶର ସଂଖ୍ୟାଲଘୁଙ୍କ ବିରୋଧୀ ନୁହେଁ। ଏଥିସହ ଗୃହମନ୍ତ୍ରୀ ଶାହା ଯୁକ୍ତି ବାଢ଼ିଥିଲେ କି, ଆଜି ଏହି ବିଲର ଆବଶ୍ୟକତା ପଡ଼ିଲା କାହିଁକି? ଯଦି ସ୍ବାଧିନତା ପରେ କଂଗ୍ରେସ ଧର୍ମଭିତ୍ତିକ ବିଭାଜନ କରି ନଥାନ୍ତା, ତେବେ ଏହି ବିଲର କୌଣସି ଆବଶ୍ୟକତା ନଥିଲା।
/sambad/media/post_attachments/9a68c7abe3dc82de169d90a6f58f725e05b8d9fa92cb9a49dd3540f5bd4a0328.jpg)
ଉକ୍ତ ବିଲ୍ରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନର ଅଣ ମୁସଲିମ୍ ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ତେବେ ଏହି ବିଲ୍କୁ ନେଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଜୋରଦାର ପ୍ରତିବାଦ ଆରମ୍ଭ ହୋଇଯାଇଛି। ବହୁସଂଖ୍ୟକ ପ୍ରତିଷ୍ଠାନ ଏବଂ ଜନତା ଏହାକୁ ବିରୋଧ କରୁଛନ୍ତି। ଏହି ବିଲ୍ ଆଇନରେ ପରିଣତ ହେଲେ ଆସାମ ରାଜିନାମା ୧୯୮୫ର ବ୍ୟବସ୍ଥାର ପ୍ରାସଙ୍ଗିକତା ରହିବ ନାହିଁ। ଏହି ରାଜିନାମାରେ ଯେ କୌଣସି ଧର୍ମର ଆପ୍ରବାସୀମାନଙ୍କୁ ଦେଶରୁ ତଡ଼ିବା ଲାଗି ୧୯୭୧ ମସିହା ମାର୍ଚ୍ଚ ୨୪ ତାରିଖକୁ ଶେଷ ଦିବସ ଭାବେ ଧରାଯାଇଛି।
ନାଗରିକତା ସଂଶୋଧନ ବିଲ୍ ୨୦୧୯ରେ ଥିବା ବ୍ୟବସ୍ଥା ଅନୁଯାୟୀ, ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନରେ ନିର୍ଯାତିତ ହୋଇ ଭାରତକୁ ଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ। ସେମାନଙ୍କ ବେଆଇନ ଆପ୍ରବାସୀ ଭାବେ ବିବେଚନ କରା ନଯାଇ ଭାରତୀୟ ନାଗରିକ ମାନ୍ୟତା ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/amit-shah-ls-1575887434.jpg)