ୟୁରୋପରେ ମଧ୍ୟ ନାଗରିକତା ଆଇନକୁ ନେଇ ବିବାଦ: ମୁସଲିମ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ହଙ୍ଗେରୀ ଓ ପୋଲାଣ୍ଡ ଅମଙ୍ଗ

ନୂଆଦିଲ୍ଲୀ : ଭାରତରେ ନାଗରିକତା (ସଂଶୋଧନ) ଆଇନକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ୟୁରୋପରେ ମଧ୍ୟ ଶରଣାର୍ଥୀମାନଙ୍କୁ ନେଇ ବିତର୍କ ଲାଗି ରହିଛି । ୟୁରୋପୀୟ ଦେଶ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଓରବାନ ମଧ୍ୟ ମୁସଲିମ ଶରଣାର୍ଥୀମାନଙ୍କୁ ନିଜର ଦେଶରେ ପ୍ରବେଶ ଅନୁମତି ନ ଦେବାକୁ ସଂକେତ ଦେଇଛନ୍ତି । ତାଙ୍କର ଏହି ମନ୍ତବ୍ୟକୁ ଭାରତରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସମର୍ଥନ କରି ଟ୍ଵିଟ କରିବା ପରେ ତାହା ଚର୍ଚ୍ଚାର ଖୋରାକ ଯୋଗାଇଛି ।

ଟ୍ଵିଟରରେ ସ୍ୱାମୀ ଲେଖିଥିଲେ ଯେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ତାଙ୍କ ଦେଶକୁ କେବଳ ଖ୍ରୀଷ୍ଟିଆନମାନଙ୍କୁ ହଙ୍ଗେରୀରେ ନାଗରିକତା ଦିଆଯିବ । ମୁସଲିମମାନଙ୍କୁ ଦିଆଯିବ ନାହିଁ ।

 

ଚଳିତ ସପ୍ତାହ ଆରମ୍ଭରେ ଭିକ୍ଟର କହିଥିଲେ ଯେ ୟୁରୋପରେ ଲକ୍ଷ ଲକ୍ଷ ଶରଣାର୍ଥୀଙ୍କୁ ଅନୁମତି ଦେବା ଏକ ବଡ଼ ଭୁଲ । ୟୁରୋପୀୟ ଦେଶମାନଙ୍କରେ ମୁସିଲମ ଜନସଂଖ୍ୟା ଚିନ୍ତାଜନକଭାବେ ବଢିଚାଲିଛି ଓ ଖ୍ରୀଷ୍ଟିଆନ ଜନସଂଖ୍ୟା କମିଚାଲିଛି । ଏଣୁ ତାଙ୍କ ଦେଶ ମୁସଲିମମାନଙ୍କୁ ଶରଣାର୍ଥୀଭାବେ ନେବ ନାହିଁ ।

କେବଳ ହଙ୍ଗେରୀ ନୁହେଁ, ପୋଲାଣ୍ଡ ମଧ୍ୟ ଆଉ ମୁସଲିମ ଶରଣାର୍ଥୀମାନଙ୍କୁ ନ ନେବାକୁ ବିଚାର କରୁଛି । ପୋଲାଣ୍ଡର ଜଣେ ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଦେଶ ଜଣେ ମଧ୍ୟ ମୁସଲିମ ଶରଣାର୍ଥୀଙ୍କୁ ଶରଣ ଦେବ ନାହିଁ ।

ସମ୍ବନ୍ଧିତ ଖବର