‘ନାଗରିକତା ସଂଶୋଧନ ଆଇନ୍‌ ଧର୍ମ ନିର୍ବିଶେଷରେ କୌଣସି ଭାରତୀୟ ନାଗରିକଙ୍କୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ’: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ କୌଣସି ଭାରତୀୟ କୌଣସି ପ୍ରକାରେ ଭୟଭୀତ ହେବାର କୌଣସି କାରଣ ନାହିଁ। କାରଣ, ସଂଶୋଧିତ ନାଗରିକତା ଆଇନ୍‌ ଧର୍ମ ନିର୍ବିଶେଷରେ କୌଣସି ଭାରତୀୟ ନାଗରିକଙ୍କୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ପଷ୍ଟ କରିବା ସହ ଏହି ଆଇନ୍‌କୁ ନେଇ ଚାଲିଥିବା ଗୁଜବକୁ କର୍ଣ୍ଣପାତ ନ କରିବା ପାଇଁ ଦେଶର ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏଥିସହ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କିଛି ସ୍ୱାର୍ଥାନ୍ବେଷୀ ନିଜର ଅଭିସନ୍ଧିମୂଳକ ସ୍ୱାର୍ଥ ସାଧନ ଓ ଆମମାନଙ୍କୁ ବିଭାଜିତ କରିବା ଲକ୍ଷ୍ୟ ନେଇ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବା ଆଳରେ ଏବେ ହିଂସାତ୍ମକ ଆନ୍ଦୋଳନକୁ ଓହ୍ଲାଇ ଆସିଛନ୍ତି। ତେବେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏମାନଙ୍କୁ ଏପରି କରିବା ପାଇଁ କୌଣସି ପ୍ରକାରର ସୁଯୋଗ ଦିଆଯିବ ନାହିଁ।

ତେଣୁ, ଏପରିସ୍ଥିତିରେ ସମସ୍ତ ଦେଶବାସୀ ଏକଜୁଟ ହୋଇ ହିଂସାତ୍ମକ ଆନ୍ଦୋଳନକୁ ଓହ୍ଲାଇ ଆସିଥିବା ବ୍ୟକ୍ତିମାନଙ୍କୁ କଡ଼ା ଜବାବ ଦେବାର ଆବଶ୍ୟକତା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସମ୍ବନ୍ଧିତ ଖବର