ପାଇଖାନା ଟାଙ୍କିରେ ଏଣିକି ପଶିବେ ନାହିଁ ମଣିଷ, ଟାଙ୍କି ସଫା କରୁଛି ରୋବଟ

କୋଏମ୍ବାଟୁର: ପାଇଖାନା ଟାଙ୍କିରେ ବେଳେବେଳେ ଦୁର୍ଘଟଣାବଶତଃ ଜୀବନ ଚାଲିଯାଉଥିବାର ଖବର ସାମ୍ନାକୁ ଆସିଥାଏ | ଟାଙ୍କି ସଫା କାମରେ ନିୟୋଜିତ ଶ୍ରମିକମାନେ ଅଣନିଶ୍ୱାସୀ ହୋଇ ମୃତ୍ୟୁ ମୁଖରେ ପଡ଼ିଥାନ୍ତି | ଏବେ ଏହି ଘଟଣାର ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି | ତାମିଲନାଡୁର କୋଏମ୍ବାଟୁରରେ ପାଇଖାନା ଟାଙ୍କି ସଫା କରିବା ପାଇଁ ରୋବଟର ବ୍ୟବହାର ପ୍ରକ୍ରିୟା ଆରମ୍ଭ ହୋଇଛି |

photo-asianetnews

କୋଏମ୍ବାଟୁର ସହର ନିଗମ ପକ୍ଷରୁ ରୋବଟ ବ୍ୟବହାର କରି ପାଇଖାନା ଟାଙ୍କି ସଫେଇ କରାଯାଉଛି | ଏଥିପାଇଁ କୌଣସି ବ୍ୟକ୍ତି ଟାଙ୍କିରେ ପଶିବା ଆବଶ୍ୟକତା ନାହିଁ | ଟାଙ୍କି ଉପରେ ରହି ରୋବଟ ମାଧ୍ୟମରେ ମଇଳା କଢ଼ାଯାଇପାରିବ |

ଏଠାରେ ସୂଚନା ଥାଉ କି ସୁପ୍ରିମକୋର୍ଟ ହାତରେ ଟାଙ୍କି ସଫେଇ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି | ଦେଶ ସ୍ୱାଧୀନତାକୁ ୭୨ ବର୍ଷ ବିତିଯାଇଥିଲେ ବି ଦେଶରେ ଜାତି ଆଧାରରେ ଭେଦଭାବ ଜାରି ରହିଥିବାର କୋର୍ଟ କହିଥିଲେ | ଏହା ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କୋର୍ଟ କହିଥିଲେ | ଏବେ ଏହି ରୋବଟ ବହୁ ମାତ୍ରାରେ ସହାୟକ ହେବ |

ସମ୍ବନ୍ଧିତ ଖବର