ନୂଆଦିଲ୍ଲୀ: ନୂଆ ଭାରତର ଦ୍ରୁତ ବିକାଶରେ ସିଭିଲ୍ ସର୍ଭେଣ୍ଟ୍ମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ଆଜି ୧୬ଶ ‘ସିଭିଲ୍ ସର୍ଭେଣ୍ଟ୍ ଡେ’ ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଏହି ଅବସରରେ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କର ସକ୍ରିୟ ଅଂଶଗ୍ରହଣ ବିନା ଭାରତର ଦ୍ରୁତ ବିକାଶ ସମ୍ଭବ ହୋଇ ନ ଥାଆନ୍ତା।
ଅଫିସର୍ ଭାବେ ଆପଣଙ୍କ କୃତ୍ବିତ୍ବ ସବୁକୁ ଆପଣଙ୍କ ବ୍ୟକ୍ତିଗତ କୃତ୍ବତ୍ବଦ୍ବାରା ବିଚାର କରାଯାଇ ପାରିବ ନାହିଁ; ଜନତାଙ୍କ ଜୀବନକୁ ରୂପାନ୍ତରିତ କରିଥିବା କାର୍ଯ୍ୟଧାରାଦ୍ବାରା ସେ ସବୁକୁ ବିଚାର କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଅପରିବର୍ତ୍ତିତ ଉଚ୍ଛ୍ବାସ ନେଇ, ବିଶେଷକରି ଅମୃତକାଳର ଏହି ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ଦେଶସେବା ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରବର୍ତ୍ତାଇଛନ୍ତି।
କାର୍ଯ୍ୟକ୍ରମରେ ଉପସ୍ଥିତ ଅଫିସର୍ମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧୀନତାର ଅମୃତକାଳ ସମୟରେ ଯୁବକର୍ମଯୋଗୀ ସାଥୀ ସିଭିଲ୍ ସର୍ଭେଣ୍ଟ୍ମାନେ ନୂଆ ଭାରତର ବିକାଶ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। କାଗଜପତ୍ରରେ ଯୋଜନାସବୁ ଯେତେ ସୁନ୍ଦର ଦିଶିଲେ ବି ସେସବୁ ଜନତାଙ୍କ ପାଖରେ ପହଞ୍ଚିଲେ ହିଁ ନିର୍ଣ୍ଣାୟକ ହୁଏ।
କରୋନାଭାଇରସ୍ ସତ୍ତ୍ବେ ବି ଭାରତ ବିଶ୍ବର ୩ୟ ବୃହତ୍ ‘ଷ୍ଟାର୍ଟଅପ୍ ଇକୋସିଷ୍ଟମ୍’ ହୋଇପାରିଛି। ଭାରତ ଉପରେ ବିଶ୍ବ ସମୁଦାୟର ପ୍ରତ୍ୟାଶା ବୃଦ୍ଧି ପାଇଛି। ଭାରତର ସୁଦିନ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।