ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ସିଭିଲ୍ ସର୍ଭିସ୍ ମେନ୍ ପରୀକ୍ଷା ଫଳ ପ୍ରକାଶ କରିଛି। ପ୍ରାର୍ଥୀମାନେ upsc.go.in ଅଫିସିଆଲ୍ ସାଇଟ୍ କୁ ଯାଇ ନିଜର ଫଳାଫଳ ଦେଖିପାରିବେ। ୟୁପିଏସସି ପ୍ରିଲିମିନାରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୧୪ ହଜାରରୁ ଅଧିକ ପରୀକ୍ଷାର୍ଥୀ ମୁଖ୍ୟ ବା ମେନ ପରୀକ୍ଷା ଦେଇଥିଲେ। ଏବେ ସେମାନଙ୍କ ପ୍ରତୀକ୍ଷାର ଅନ୍ତ ହୋଇଛି ଓ ୟୁପିଏସସି ପକ୍ଷରୁ ମୁଖ୍ୟ ପରୀକ୍ଷାଫଳ ପ୍ରକାଶିତ ହୋଇଛି ।

Advertisment

ୟୁପିଏସସି ସିଭିଲ ସର୍ଭିସ ମୁଖ୍ୟ ପରୀକ୍ଷାରେ ସଫଳତା ପାଇଥିବା ପ୍ରାର୍ଥୀମାନେ ଏବେ ସାକ୍ଷାତକାରରେ ଯୋଗ ଦେବାର ସୁଯୋଗ ପାଇବେ । ଏହି ପ୍ରାର୍ଥୀମାନଙ୍କୁ ଡିଏଏଫ୍-୨ ଫର୍ମ ପୂରଣ କରିବାକୁ ପଡିବ । ସିଭିଲ ସର୍ଭିସ ମେନ୍ ପରୀକ୍ଷା ୟୁପିଏସସି ଦ୍ୱାରା ୧୫, ୧୬, ୧୭, ୨୩ ଏବଂ ୨୪ ସେପ୍ଟେମ୍ବର ୨୦୨୩ରେ ଅନୁଷ୍ଠିତ ହୋଇଥିଲା । ଦୁଇଟି ଅଧିବେଶନରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ବିତୀୟ ସିଫ୍ଟ ଅନୁଷ୍ଠିତ ହୋଇଥିଲା।

ପରୀକ୍ଷାରେ ସଫଳ ପ୍ରାର୍ଥୀମାନେ ଏବେ ସାକ୍ଷାତକାରରେ ଯୋଗ ଦେବାର ସୁଯୋଗ ପାଇବେ। ନୂଆଦିଲ୍ଲୀ ସ୍ଥିତ ଧୋଲପୁର ହାଉସ, ଶାହାଜାହାଁ ରୋଡରେ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ। ସାକ୍ଷାତକାର ତାରିଖ ଖୁବଶୀଘ୍ର ଅଫିସିଆଲ ସାଇଟରେ ପ୍ରକାଶ ପାଇବ ।