ଅପରେସନ୍‌ ଥିଏଟର୍‌ରେ ନର୍ସଙ୍କ ସହ ଚୁମ୍ବନ ଦୃଶ୍ୟର ଭିଡିଓ ଭାଇରାଲ୍‌ ହେବା ପରେ ସିଭିଲ୍‌ ସର୍ଜନ୍‌ ବହିଷ୍କୃତ

ଉଜ୍ଜୟିନୀ: ଜଣେ ନାରୀ, ସମ୍ଭବତଃ କୌଣସି ଷ୍ଟାଫ୍‌ ନର୍ସଙ୍କ ସହ ଉଜ୍ଜୟିନୀ ଜିଲ୍ଲା ହସ୍‌ପିଟାଲ୍‌ର ଜଣେ ସିଭିଲ୍‌ ସର୍ଜନ୍‌ଙ୍କ ଗୋପନ ମୁହୂର୍ତ୍ତର ଭିଡିଓ କ୍ଲିପ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ତାଙ୍କୁ (ଡାକ୍ତର) ବହିଷ୍କାର କରାଯାଇଛି।

ସିଭିଲ୍‌ ସର୍ଜନ୍‌ ଜଣଙ୍କ ଜଣେ ମହିଳାଙ୍କୁ ଚୁମ୍ବନ ଦେଉଥିବାର ଦୃଶ୍ୟସମ୍ବଳିତ ଭିଡିଓଟି ପ୍ରଥମେ ଉଜ୍ଜୟିନୀ ଜିଲ୍ଲା ହସ୍‌ପିଟାଲ୍‌ର ଷ୍ଟାଫ୍‌ ନର୍ସଙ୍କ ହ୍ଵାଟ୍‌ସ୍‌ଆପ୍‌ ଗ୍ରୁପ୍‌ରେ ବାହାରିଥିଲା। ଡାକ୍ତରଖାନାର ଅପରେସନ୍‌ ଥିଏଟର୍‌ ମଧ୍ୟରେ ଉକ୍ତ ଭିଡିଓ ଉତ୍ତୋଳନ କରାଯାଇଛି।

ଜଣେ ଅଫିସର୍‌ ହୋଇ ଅଶୋଭନୀୟ ଆଚରଣ କରିଥିବା ଯୋଗୁଁ ୪୯ ବର୍ଷିୟ ସିଭିଲ୍‌ ସର୍ଜନ୍‌ଜଣଙ୍କୁ ପଦବୀରୁ ବହିଷ୍କାର କରାଯାଇଛି।
ଉଜ୍ଜୟିନୀର ଜିଲ୍ଲାପାଳ ଶଶାଙ୍କ ମିଶ୍ର କହିଛନ୍ତି: ଜିଲ୍ଲା ହସ୍‌ପିଟାଲ୍‌ର ସିଭିଲ୍‌ ସର୍ଜନ୍‌ ପୋଷ୍ଟ୍‍ରୁ ମୁଁ ତାଙ୍କୁ ବହିଷ୍କାର କରିଛି।

ଜିଲ୍ଲାପାଳ ମିଶ୍ର ଉକ୍ତ ବରିଷ୍ଠ ଡାକ୍ତରଙ୍କ ଠାରୁ କୈଫୟତ୍‌ ଆଦାୟ ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ ଗତ କିଛି ଦିନ ହେବ ଛୁଟିରେ ଥିବା ସେ ସିଭିଲ୍‌ ସର୍ଜନ୍‌ଙ୍କ ଉତ୍ତରକୁ ସେ ଅପେକ୍ଷା କରିଛନ୍ତି।

ଡାକ୍ତରଖାନା କର୍ମଚାରୀଙ୍କ କହିବାନୁସାରେ, ନର୍ସିଙ୍ଗ୍‌ ଷ୍ଟାଫ୍‌ଙ୍କ ହ୍ଵାଟ୍‌ସ୍‌ଆପ୍‌ ଗ୍ରୁପ୍‌ରେ ତିନିରୁ ଅଧିକ ଆପତ୍ତିଜନକ ଭିଡିଓ ଛଡ଼ାଯାଇଛି। ଭିଡିଓଗୁଡ଼ିକୁ ଭୁଲ୍‌କ୍ରମେ କି, ଜାଣିଶୁଣି ଛଡ଼ା ଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଜିଲ୍ଲାପାଳ ଏହାର ତଦନ୍ତାଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର