ଆଉ ମାତ୍ର ମାସେ ରହିଲା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଆଉ ମାତ୍ର ଗୋଟିଏ ମାସରୁ କିଛି ଅଧିକ ସମୟ ରହିଲା । ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ସେ ଅବସର ନେବେ । ଏହି ସୀମିତ ସମୟ ମଧ୍ୟରେ ସେ କେତେକ ଐତିହାସିକ ମାମଲାର ଶୁଣାଣି କରିବାକୁ ଯାଉଛନ୍ତି । ଏପରି ଏକ ମାମଲା ହେଲା ଅଯୋଧ୍ୟା ମାମଲା । ଏହାର ରାୟ ଉପରେ ସାରା ଦେଶର ନଜର ରହିଛି । ଏହି ରାୟ ଉପରେ ଦେଶର ରାଜନୀତିର ମୋଡ ବଦଳାଇବା ଭଳି ପ୍ରଭାବ ରହିଛି । ଏହି ମାମଲାର ଏକ ମୁଖ୍ୟ ଅଂଗ ହେଉଛି ମସଜିଦ ଇସଲାମର ଏକ ଅବିଚ୍ଛେଦ୍ୟ ଅଂଗ କି ନା ତାହା ସ୍ଥିର କରିବା । ଏହି ରାୟ ଉପରେ ସମୁଦାୟ ଅଯୋଧ୍ୟା ମାମଲାର ଭାଗ୍ୟ ନିର୍ଭର କରୁଛି । ଆଉ ଏକ ଗୁରୁତ୍ବପୂର୍ଣ୍ଣ ମାମଲା ହେଉଛି ଆଧାରର ବୈଧତା ସଂପର୍କିତ ମାମଲା । ଏଥିସହ ସବୁ ମନ୍ଦିର ଭିତରକୁ ନାରୀମାନଙ୍କ ପ୍ରବେଶ ଅଧିକାର ଓ ଅବୈଧ ସଂପର୍କ ସଂପର୍କିତ ମାମଲାର  ଶୁଣାଣି ମଧ୍ୟ ତାଙ୍କ କାର୍ଯ୍ୟକାଳରେ ହୋଇପାରେ।

ଏହାଛଡା ସେ ମଧ୍ୟ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସରକାରଙ୍କୁ ସୁପାରିଶ କରିବେ । ତାଙ୍କ ପରେ ବରିଷ୍ଠତା ତାଲିକାରେ ଜଷ୍ଟିସ ରଂଜନ ଗୋଗୋଇ ରହିଛନ୍ତି ।

ସମ୍ବନ୍ଧିତ ଖବର