ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ର ସୁପ୍ରିମ୍ କୋର୍ଟର ୪ ବରିଷ୍ଠ ବିଚାରପତିଙ୍କ ସହ ଏକ ବୈଠକରେ ଅାଲୋଚନା କରିଛନ୍ତି । ଜାନୁଆରି ୧୨ ତାରିଖ ଦିନ ସେମାନେ ସାମ୍ବାଦିକ ସମ୍ମିଳନୀ ଡକାଇ ଉଠାଇ ଥିବା ପ୍ରସଙ୍ଗର ସମାଧାନ ପାଇଁ ଏହି ବୈଠକ ବସିଥିଲା।
ପୂର୍ବାହ୍ନ ସାଢ଼େ ୧୦ଟା ବେଳେ କୋର୍ଟ ପ୍ରୋସିଡିଙ୍ଗ୍ ଆରମ୍ଭ ହେବା ପୂର୍ବରୁ ପ୍ରଧାନ ବିଚାରପତି ଏବଂ ଚାରି ବିଚାରପତି - ଜଷ୍ଟିସ୍ ଜେ ଚେଲାମେଶ୍ୱର, ରଞ୍ଜନ ଗୋଗୋଇ, ମଦନ ବି ଲୋକୁର ଏବଂ କୁରିଆନ୍ ଜୋସେଫ୍ଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ ଧରି ଆଲୋଚନା ଚାଲିଥିଲା।
ଏହି ବୈଠକରେ ଅନ୍ୟ କୌଣସି ବିଚାପତି ଉପସ୍ଥିତ ନ ଥିଲେ ବୋଲି ସେମାନେ କହିଛନ୍ତି। ଗତକାଲି ଜଷ୍ଟିସ୍ ଚେଲାମେଶ୍ୱର ସାମାନ୍ୟ ଅସୁସ୍ଥ ଥିବାରୁ ବୈଠକ ଅନୁଷ୍ଠିତ ହୋଇ ପାରି ନ ଥିଲା।