ନୂଆଦିଲ୍ଲୀ: ଶୁକ୍ରବାର ତଥା ଆଜି ଦେଶର ପ୍ରଧାନ ବିଚାରପତି ଭାବେ ଡିୱାଇ ଚନ୍ଦ୍ରଚୁଡଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା | ଶେଷ ଦିନରେ ସେ ତାଙ୍କ ସହକର୍ମୀଙ୍କୁ ସମ୍ବୋଧିତ କରି ତାଙ୍କର ବ୍ୟକ୍ତିଗତ ମତ ବାଣ୍ଟିଥିଲେ ଏବଂ ତାଙ୍କ କାର୍ଯ୍ୟକାଳର ସାରାଂଶ ଦେଇଥିଲେ। ଅଜାଣତରେ ତାଙ୍କ ଦ୍ୱାରା କେହି ଦୁଃଖିତ ହୋଇଥିବା ଲୋକଙ୍କୁ ସେ କ୍ଷମା ମଧ୍ୟ ମାଗିଥିଲେ। ଏବେ ତାଙ୍କ ପରେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଦେଶର ପ୍ରଧାନ ବିଚାରପତି ହେବେ। ତେବେ ଆପଣ ଜାଣନ୍ତି କି, ଜଣେ ଦେଶର ପ୍ରଧାନ ବିଚାରପତି ହେବା ପରେ ବିଚାରପତିଙ୍କୁ ମାସକୁ କେତେ ଦରମା ମିଳେ?
ଜାତୀୟ ଗଣମାଧ୍ୟମ ମୁତାବକ, ପ୍ରଧାନ ବିଚାରପତିଙ୍କୁ ପ୍ରତି ମାସରେ ୨,୮୦,୦୦୦ ଟଙ୍କା ଦରମା ମିଳେ | ଏହା ବ୍ୟତୀତ ବିଭିନ୍ନ ପ୍ରକାରର ଭତ୍ତା ପ୍ରଦାନ କରାଯାଏ | ପ୍ରଧାନ ବିଚାରପତିଙ୍କୁ ଟାଇପ୍-୭ ବଙ୍ଗଳା ମିଳେ, ଯେଉଁଠି ୨୪ଘଣ୍ଟା ସୁରକ୍ଷାଠାରୁ ଆରମ୍ଭ କରି ଗୃହସହାୟିକା ଏବଂ କିରାଣୀ ଦିଆଯାଇଥାଏ | ଏହି ଘର ପାଇଁ ପ୍ରଧାନ ବିଚାରପତିଙ୍କୁ କୌଣସି ଭଡା ଦେବାକୁ ପଡେ ନାହିଁ | ଯିବାଆସିବା ପାଇଁ ଡ୍ରାଇଭର ସହିତ ଏକ ସରକାରୀ ଗାଡି ମଧ୍ୟ ମିଳେ, ଯେଉଁଥିରେ ପ୍ରତି ମାସରେ ୨୦୦ଲିଟର ଇନ୍ଧନ ଉପଲବ୍ଧ ରହିଥାଏ। ଗାଡ଼ି ସହିତ ପିଏସଓ ମଧ୍ୟ ପ୍ରଧାନ ବିଚାରପତିଙ୍କୁ ଦିଆଯାଏ। ଅବସର ନେବା ପରେ ତାଙ୍କୁ ମାସକୁ ୧ଲକ୍ଷରୁ ଅଧିକ ଟଙ୍କାର ପେନସନ ମିଳେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/08/Svg03aPbFr8xX6r5gACE.jpg)