ପ୍ରଧାନ ବିଚାରପତି ଗୋଗୋଇଙ୍କ ହାତରେ ଏବେ ମାତ୍ର ୫ଟି କାର୍ଯ୍ୟଦିବସ, ଶୁଣାଇବେ କେତେକ ଅତି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ

ନୂଆଦିଲ୍ଲୀ : ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ । ଏବେ ତାଙ୍କ ହାତରେ ମାତ୍ର ୫ଟି କାର୍ଯ୍ୟଦିବସ ରହିଛି । ସେ ଏହି ୫ ଦିନରେ କେତେକ ଅତି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇବେ । ଏସବୁ ମାମଲା ମଧ୍ୟରେ ରହିଛି ଗୁରୁତ୍ୱପୂର୍ଣ୍ଣ ଅଯୋଧ୍ୟା ମାମଲା । ଏହିମାମଲା ହେବ ଜଷ୍ଟିସ ଗୋଗୋଇଙ୍କ କ୍ୟାରିୟରର ସବୁଠାରୁ ଗୁରୁତ୍ୱପୂର୍ଣ୍ମ ମାମଲା ।

ଏହି ମାମଲାର ରାୟ ଉପରେ ଏବେ ସମସ୍ତଙ୍କ ଆଖି । ଏହାକୁ ଦୃଷ୍ଟିରେ ରଖି ସରକାର ଦେଶର ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ଓ ବିଭିନ୍ନ କଟକଣା ଲଗାଇଛନ୍ତି । ଏହାଛଡା ସେ ରାଫେଲ ମାମଲା, ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନୀ ମାମଲା, ସାବରିମାଲା ମାମଲାର ରାୟ ଶୁଣାଇବେ ।

ହାତରେ ଏସବୁ ଗୁରୁତ୍ୱପୂର୍ଣ୍ଣ ମାମଲା ଥିବାରୁ ପ୍ରଧାନବିଚାରପତି ଗୋଗୋଇ ଅନ୍ୟ କେତେକ ଜରୁରୀ ମାମଲାକୁ ଭାବି ପ୍ରଧାନବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କୁ ହସ୍ତାନ୍ତର କରିଛନ୍ତି ।

ସମ୍ବନ୍ଧିତ ଖବର